ETV Bharat / state

ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ପୁରିଲା ମାସେ, ଥାନାର ହେଲା ନବକଳେବର

ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ଇତି ମଧ୍ୟ୍ୟରେ ଏକ ମାସ ପୁରିଯାଇଛି । ମାସେ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ଫିରିଙ୍ଗିଆ ଥାନା ।ବୁଧବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ଥାନାରେ ନବକଳେବର ପରେ ହୋମ ଯଜ୍ଞ କରି, ଅନୁଷ୍ଠାନିକ ଭାବେ ଥାନାରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରାଯାଇଛି ।

author img

By ETV Bharat Odisha Team

Published : Sep 7, 2023, 4:38 PM IST

ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ପୁରିଲା ମାସେ , ଥାନାର ହେଲା ନବକଳେବର

ଫୁଲବାଣୀ: ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ଇତି ମଧ୍ୟ୍ୟରେ ଏକ ମାସ ପୁରିଯାଇଛି । ମାସେ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ଫିରିଙ୍ଗିଆ ଥାନା । ପୂର୍ବ ପରି ଆରମ୍ଭ ହୋଇଛି ଥାନା କାର୍ଯ୍ୟ । ତେବେ ଗତ 5 ଅଗଷ୍ଟ ଫିରିଙ୍ଗିଆ ଥାନା ପାଇଁ ଥିଲା ଏକ କାଳ ଦିନ । ଏହି ଥାନାରେ କାର୍ଯ୍ୟରତ ତତ୍କାଳୀନ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଦୁଇ ଜଣ ଗୃହ ରଖି ପୋଲିସ ଦ୍ୱାରା ଜବତ ହୋଇଥିବା ଗଂଜେଇକୁ ଅନ୍ୟତ୍ର ଚାଲାଣ କରୁଥିବା ଏକ ଭିଡିଓ ମୋବାଇଲରୁ ମିବାଇଲ ଘୁରି ବୁଲିଲା । ପରେ ଏହି ମୋବାଇଲ ଭିଡ଼ିଓକୁ କେନ୍ଦ୍ର କରି ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଦୁଇ ଗୃହ ରଖିଙ୍କୁ ଗିରଫ ଦାବିରେ ରାସ୍ତାକୁ ଉହ୍ଲାଇ ଆସିଥିଲେ ଅଞ୍ଚଳର ଶହ ଶହ ଜନ ସାଧାରଣ ଏଥିସହ ରାଜ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ଯାଇଥିବା କାର୍ଯ୍ୟରତ ଏସ୍ଡ଼ିପିଓଙ୍କୁ ଆନ୍ଦୋଳନକାରୀ ମାନେ ମାରଣାତ୍ମକ ଆକ୍ରମଣ କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ । କ୍ଷଣିକ ମଧ୍ୟରେ ଥାନା ସମ୍ପୂର୍ଣ ପୋଡିଯିବା ସହ ନିମିଷକେ ମଧ୍ୟରେ ଥାନା ଜଳିପୋଡି ପାଉଁଶ ହୋଇଯାଇଥିଲା ।

ଏହାପରେ ଘଟଣାକୁ ନେଇ ରାତା ରାତି ରାଜ୍ୟ ଗୃହ ବିଭାଗର ନିର୍ଦେଶ କ୍ରମେ ତତ୍କାଳୀନ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଥାନା ପୋଡିର ଗୋଟିଏ ଦିନ ପରେ ଥାନାର ନୂତନ ଥାନା ଅଧିକାରୀ ଭାବରେ ରମେଶ କୁମାର ପ୍ରଧାନଙ୍କୁ ଥାନା ଅଧିକାରୀ ଭାବରେ ଦାୟିତ୍ବ ଦିଆ ଯାଇଥିଲା । ନୂତନ ଥାନା ଅଧିକାରୀ ଭାବରେ ରମେଶ କୁମାର ପ୍ରଧାନ ଯୋଗଦେଲା ପରେ ଆରମ୍ଭ ହୋଇଥିଲା ଥାନାର ନବକଳେବର କାର୍ଯ୍ୟ । ଶ୍ରୀହୀନ ହୋଇପଡିଥିବା ଏହି ଥାନାରେ ନବକଳେବର କାର୍ଯ୍ୟ ସାରିବାକୁ ପ୍ରାୟ ମାସେ ଲାଗିଯାଇଥିଲା ।

ଗୋଟେ ପଟେ ଥାନା ସଜଡ଼ା କାମ ସହ ଅନ୍ୟପଟେ ଏହି ଥାନା ପୋଡି ଘଟଣା ପରେ ଅଶାନ୍ତ ହୋଇ ପଡ଼ିଥିବା ଫିରିଙ୍ଗିଆ ଅଞ୍ଚଳରେ କିଭଳି ଶାନ୍ତି ଫେରି ଆସିବ ସେଦିଗରେ ମଧ୍ୟ୍ୟ ଥାନା ଅଧିକାରୀଙ୍କ ପ୍ରୟାସ ଜାରି ରହିଥିଲା । ତେବେ ଶେଷରେ ଥାନାରେ ସମସ୍ତ କାର୍ଯ୍ୟ ସରିଯାଇଥିବା ବେଳେ ପୁଣି ଥରେ ପୂର୍ବପରି ଚଳିବ ଫିରିଙ୍ଗିଆ ଥାନା ।

ଏହା ମଧ୍ୟ ପଢନ୍ତୁ..ଫିରିଙ୍ଗିଆ ଥାନା ପୋଡି ଘଟଣା: ୧୯ ଗିରଫ, ରମେଶ ପ୍ରଧାନ ନୂଆ IIC

ପୂର୍ବପରି ଥାନା ତରଫରୁ ଜନସାଧରଣଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଅଞ୍ଚଳରେ କିଭଳି ଶାନ୍ତି ପ୍ରତିଷ୍ଠା ହେବ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟ୍ୟରେ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ । ସେଦିଗରେ ପୋଲିସ ସଦାସର୍ବଦା ସଜାଗ ରହିବ ବୋଲି ବାର୍ତା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର । ବୁଧବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୋଡି ଯାଇଥିବା ଥାନାରେ ନବକଳେବର ପରେ ଅନୁଷ୍ଠାନିକ ଭାବରେ ହୋମ ଯଜ୍ଞ ସହ ଥାନାରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.