ETV Bharat / state

କୂଅ ଖୋଳୁଥିବା ବେଳେ ଜଣେ ମୃତ

ଖରା ସମୟରେ ଶ୍ରମିକଙ୍କୁ କାମରେ ନଲେଗେଇବା ପାଇଁ ନିର୍ଦ୍ଦେଶ ନାମା ଜାରିକରିଛନ୍ତି ସରକାର । ହେଲେ ସବୁ ନିର୍ଦ୍ଦେଶକୁ ଅବଜ୍ଞା କରି ଜାରି ରହିଛି କାମ । ଯଦ୍ବରା ପ୍ରାଣ ହରାଉଛନ୍ତି ନିରିହ ଶ୍ରମିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 26, 2019, 11:34 PM IST

ଫୁଲବାଣୀ: ଚାରିଆଡେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ଭାଜି ହେଉଛନ୍ତି ଲୋକେ । ଏପରି ସମୟରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଘଟିଛି ଅଘଟଣ । ବିଲରେ କୁଅ ଖୋଳୁଥିବା ସମୟରେ ପ୍ରାଣ ହରାଇଛନ୍ତି ସନ୍ୟାସୀ କହଁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନାନୂଯାୟୀ, ସନ୍ୟାସୀ ଜଣେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ହିତାଧିକାରୀ ହୋଇଥିବା ବେଳେ ତାଙ୍କ ଘର କଟ୍ରିଙ୍ଗିଆ ନିକଟ ସ୍ରାକି ଗାଁରେ । ତେବେ ସନ୍ୟାସୀ ନରେଗା ଯୋଜନାରେ ବିଲରେ କୂଅ ଭିତରେ ପଥର ବନ୍ଧେଇ କରିସାରି ଉପରକୁ ଆସୁଥିବା ବେଳେ ଖସି ପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥି ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ତେବେ ପ୍ରବଳ ଖରାରେ କିପରି ଯୋଜନାର କାମ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏହାସହ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

slug-mgnregs beneficiary died
format-avo
report-sadasiba patra
place-Phulabani(Kandhamal)
date-26.5.2019
ଚାଲିଆଡେ ପ୍ରବଳ ଗ୍ରୀଷ୍ମ ପ୍ରବାହ  । ତତଲା କଡେଇ ପରି ଉପରେ ତାତି ତଳେ ତାତିରେ ଛଟପଟ ଜୀବନ  । ଏପରି ସମୟରେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଘଟିଛି ଅଘଟଣ  । କଟ୍ରିଙ୍ଗିଆ ନିକଟ ସ୍ରାକି ଗାଁର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ହିତାଧିକାରୀ ସନ୍ୟାସି କହଁର(45) ବିଲରେ କୂଅ ଖୋଳୁଥିବା ବେଳେ ଖସି ଯିବାରୁ ମୃତ୍ୟୁବରଣ କରିଛନ୍ତି  । ନରେଗା ଯୋଜନାରେ ମିଳିଥିବା କୂଅ ଖୋଳୁଥିଲେ ସନ୍ୟାସି  ।ପଥର ବନ୍ଧେଇ କରୁଥିଲେ କୂଅ ଭିତରେ  । ଉପରକୁ ଉଠୁଥିବା ବେଳେ ଖସି କୂଅ ଭିତରେ ପଡିଯାଇଥିଲେ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  । ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲା ମେଡିକାଲକୁ ଅଣାଯାଇଥିବା ବେଳେ ମୃତ୍ୟୁ ହୋଇଛି  । ପ୍ରବଳ ଖରାରେ କିପରି ଯୋଜନାର କାମ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ  । ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି  ।
.........
ଫିଡ୍ ହ୍ବାଟ୍ସ ଆପରେ ଯାଇଛି  । 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.