ETV Bharat / state

ନକ୍ସଲଙ୍କ ବନ୍ଦ ଡାକରା, ଏନଏଚ ଅବରୋଧ - 59 ନମ୍ବର ଜାତୀୟ ରାଜପଥ

କନ୍ଧମାଳରେ ନକ୍ସଲ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଦେଇ ଯାଇଥିବା59 ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗଛ କାଟି ନକ୍ସଲଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ
author img

By

Published : Oct 25, 2019, 12:23 PM IST

Updated : Oct 25, 2019, 12:30 PM IST

ଫୁଲବାଣୀ: କନ୍ଧମାଳ ବନ୍ଦ ଡାକରା ଦେଇଛି ନକ୍ସଲ ସଙ୍ଗଠନ। ଅମଲାତନ୍ତ୍ର ଶାସନ ସହ ଶୋଷଣକାରୀକୁ ବିରୋଧ କରିବା ପାଇଁ ଏହି ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଙ୍ଗଠନ।

କନ୍ଧମାଳରେ ନକ୍ସଲ ବନ୍ଦ ଡାକରା, ଏନ ଏଚ ଅବରୋଧ

କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ନକ୍ସଲଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ କରାଯାଇଛି। ଲାଲବ୍ୟାନର ମାଧ୍ୟମରେ ସରକାରଙ୍କୁ ଲାଲ ଆଖି ଦେଖାଇଛି ଲାଲବାହିନୀ। ଅମଳାତନ୍ତ୍ର ଓ ପୁଞ୍ଜିବାଦୀ ଶାସନକୁ ବିରୋଧ କରିଛନ୍ତି ନକ୍ସଲ। ଜିଲ୍ଲାର ସିର୍ତିଗୁଡା,ଦାରିଙ୍ଗବାଡି,ଫିରିଙ୍ଗିଆର, ସାଡିଙ୍ଗିଆ ପ୍ରଭୃତି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇରହିଛି। ବିସ୍ଫୋରକ ସନ୍ଦେହରେ ଚୁପ ରହିବାକୁ ଶ୍ରେୟସ୍କର ଭାବିଛି ପୋଲିସ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ନକ୍ସଲ ଙ୍କ ବନ୍ଦ ଡାକରା । ଅମଳାତନ୍ତ୍ର ଶାସନକୁ ବିରୋଧ ସହିତ ଶୋଷଣ କାରୀଙ୍କୁ ବିରୋଧ କରିବାକୁ ଡାକରା ଦେଇଛି ସିପିଆଇ ମାଓ ସଂଗଠନ। 59 ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିଛି। ଲାଲ୍ ବ୍ଯାନର ଓ ପୋଷ୍ଟରରେ ଛାଇ ଯାଇଛି ଏବଂ ଲୋକଙ୍କ ମନରେ ସୃଷ୍ଟି ହୋଇଛି ଶଙ୍କା।Body:ଜିଲ୍ଲାରେ ନକ୍ସଲ ଉପଦ୍ରବ। ରାସ୍ତା ଘାଟରେ ଗଛ କାଟି ପକାଇ ଅବରୋଧ କରିବା ସହିତ ଅଚଳାବସ୍ଥା ସୃଷ୍ଟି ହେଲାଣି ଯାତାୟାତରେ। ଏନ ଏଚ 59ର ଅନେକ ସ୍ଥାନରେ ରାସ୍ତା ଅବରୋଧ । ଲାଲ୍ ବ୍ଯାନରରେ ସରକାରଙ୍କୁ ଲାଲ ଆଖି। ଅମଳାତନ୍ତ୍ର ପୁଞ୍ଜିବାଦୀ ଶାସନକୁ ବିରୋଧ କରିଛନ୍ତି । ସିର୍ତିଗୁଡା,ଦାରିଙ୍ଗବାଡି,ଫିରିଙ୍ଗିଆର ସାଡିଙ୍ଗିଆ ପ୍ରଭୃତି ସ୍ଥାନରେ ଏପରି ସ୍ଥିତି।Conclusion:ଦିର୍ଘ ସମୟ ହେବ ରାସ୍ତା ଅବରୋଧ କରିଥିଲେ ପୋଲିସ୍ ନାଚାର ବସିଛି। କାଳେ ବିସ୍ଫୋରକ ଲାଗିଥିବ ଭାବି ଚୁପ୍ ରହିବାକୁ ଶ୍ରେୟସ୍କର ଭାବିଛି।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
Last Updated : Oct 25, 2019, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.