କନ୍ଧମାଳ: ଗତ କିଛି ଦିନ ହେବ ବୃଦ୍ଧି ପାଇଛି ନକ୍ସଲ ଗତିବିଧି । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ କେକେବିଏନ ଓ ବିଜିଏନ ମାଓ ଡିଭିଜନର କ୍ୟାଡର ମାନେ ଛୋଟ ଛୋଟ ଗ୍ରୁପରେ ଘୁରି ବୁଲୁଛନ୍ତି । କିଛି ଦିନ ପୂର୍ବରୁ କେ.ନୂଆଗାଁ ଠାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରାଯାଇଥିଲା ।
ମାଓ ଗତିବିଧି ବୃଦ୍ଧିକୁ ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଥିବା ବେଳେ ଆଜି(ମଙ୍ଗଳବାର) ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ନକ୍ସଲ ମୁକାବିଲାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ମାଓ ଅପରେସନକୁ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସମେତ ନକ୍ସଲ ଅପରେସନରେ ସାମିଲ ଅଧିକାରୀ ସମୀକ୍ଷା କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ