ETV Bharat / state

କନ୍ଧମାଳରେ ମାଓ ତାଣ୍ଡବ: ଘରୁ ଘୋଷାଡି ନେଇ ଯୁବକଙ୍କୁ ହତ୍ୟା - ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

କନ୍ଧମାଳ ଜିଲ୍ଲାରେ ମାଓ ତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ ।

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
author img

By

Published : Jan 3, 2020, 1:28 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ । ଜିଲ୍ଲାର ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ମାଓବାଦୀ ଏହି ହତ୍ୟାକାଣ୍ଡ ରଚାଇଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ରେବିଙ୍ଗିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତ ଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ପକାଇ ଦେଇ ଫେରାର ହୋଇଛନ୍ତି।

ସୂଚନା ଅନୁସାରେ ଦୀର୍ଘ ଏକ ବର୍ଷ ହେବ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶ୍ବଶୂର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ପ୍ରାୟ 10 ଜଣ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ତାଙ୍କୁ ଘରୁ ଡାକିଥିଲେ ହେଲେ ଭୟରେ ରଞ୍ଜନ ଓ ପରିବାର ନବାହାରିବା ପରେ ମାଓବାଦୀ ଘର ଭାଙ୍ଗି ଭିତରେ ପଶିଥିଲେ।

ମାଓବାଦୀ ରଞ୍ଜନକୁ ଘରୁ ଘୋଷାଡି ଘୋଷାଡି ନେଇ ସ୍କୁଲ ନିକଟରେ ପକାଇ ଗୁଳିକରି ହତ୍ୟା କରିଥିବା ସହିତ କିଛି ପୋଷ୍ଟର ଛାଡି ଯାଇଥିଲେ I କେକେବିଏନ ଡିଭିଜନ କମିଟି ଏହି ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟର ଘଟଣା ସମ୍ପର୍କରେ ପୋଲିସଙ୍କୁ ରଞ୍ଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି । ସ୍ତ୍ରୀ ପିଲା ମାଆଙ୍କ ସମ୍ମୁଖରେ ଅତି ବିଭତ୍ସ ଭାବେ ହତ୍ୟା କରିଥିବା କୁହାଯାଉଛି । ଏପରିକି ସ୍ତ୍ରୀ ପିଲାଙ୍କୁ ମଧ୍ୟ ମାଡ ମାରି ଟଙ୍କା ଛଡାଇ ନେଇଥିବା ମୃତ ରଞ୍ଜନଙ୍କ ପତ୍ନୀ କହିଛନ୍ତି । ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖା ଦେଇଛି । ଏଯାଏଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ । ପୋଷ୍ଟର ମାଧ୍ୟମରେ ଅନ୍ୟ ମାନଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲବାହିନୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ପୋଲିସ୍ ଇନଫର୍ମର ନାଆରେ ଗୁଳି କରି ହତ୍ୟା ।
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ରେବିଙ୍ଗିିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତ ଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ପକାଇ ଦେଇ ଯାଇଛନ୍ତି।

Body: ସୂଚନା ଅନୁସାରେ ଦୀର୍ଘ ଏକ ବର୍ଷ ହେବ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶଶୁର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ପ୍ରାୟ 10 ଜଣ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ତାଙ୍କୁ ଘରୁ ଡାକିଥିଲେ ହେଲେ ଭୟରେ ରଞ୍ଜନ ଓ ପରିବାର ନ ବାହାରିବା ପରେ ମାଓବାଦୀ ଘର ଭାଙ୍ଗି ଭିତରେ ପଶିଥିଲେ।
ସଶସ୍ତ୍ର ମାଓବାଦୀ ରଂଜନକୁ ଘରୁ ଘୋଷାଡି ଘୋଷାଡି ନେଇ ସ୍କୁଲ ନିକଟରେ ପକାଇ ଗୁଳିକରି ହତ୍ୟା କରିଥିବା ସହିତ କିଛି ପୋଷ୍ଟର ଛାଡିଯାଇଥିଲେ I କେ କେ ବି ଏନ ଡିଭିଜନ କମିଟି ଏହି ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟର ଘଟଣା ସମ୍ପର୍କରେ ପୋଲିସ୍‌ଙ୍କୁ ରଂଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି। ସ୍ତ୍ରୀ ପିଲା ମାଆଙ୍କ ସମ୍ମୁଖରେ ଅତି ବିଭଚ୍ଛ ଭାବରେ ହତ୍ୟାକରିଥିଲେ। ଏପରିକି ସ୍ତ୍ରୀ ପିଲାଙ୍କୁ ମଧ୍ୟ ମାଡମାରି ଟଙ୍କା ଛଡାଇ ନେଇଥିବା ମୃତ ରଞ୍ଜନ ଙ୍କ ପତ୍ନୀ କହିଛନ୍ତି। ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଏ ଯାଏଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ। ପୋଷ୍ଟର ମାଧ୍ୟମରେ ଅନ୍ଯ ମାନଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲ୍ ବାହିନୀ ।

Conclusion:କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.