ଫୁଲବାଣୀ: କନ୍ଧମାଳକୁ 3 ଦିନିଆ ଗସ୍ତରେ ଆସିଛନ୍ତି ଜାତୀୟ ସଂଖ୍ୟା ଲଘୁ କମିଶନର ଅଧ୍ୟକ୍ଷ ଜର୍ଜ କୁରୀୟନ । ଏହି ଗସ୍ତରେ ସେ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବେ ।
ଏଥିସହ ଜିଲ୍ଲାରେ ଥିବା ଧାର୍ମିକ ନେତା ଓ ସଂଖ୍ୟାଲଘୁ ନେତା ମାନଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ