ଫୁଲବାଣୀ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ଫା ଠାରେ ୧୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ଜଣେ ଲୋକଙ୍କ କର୍କଟ ରୋଗରେ ମୃତ୍ୟୁବରଣକୁ ନେଇ ଅବହେଳା କରାଯାଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ଆଜି (ସୋମବାର) ସକାଳେ ଗାଁର ଜଣେ କର୍କଟରେ ଗୁରୁତର ରୋଗୀଙ୍କୁ ଫୁଲବାଣୀ ମେଡିକାଲ ନିଆଯାଇଥିଲା। କିନ୍ତୁ କୋରୋନାକୁ ନେଇ ମେଡିକାଲରେ ଭୟ ଜାରି ରହିଥିବାବେଳେ, ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦ କରି ଗାଁରେ ରାସ୍ତାରୋକ କରାଯାଇଛି। ଫଳରେ ବୌଦ୍ଧ ଜିଲ୍ଲାରୁ କନ୍ଧମାଳକୁ ଯୋଗାଯୋଗ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ