ETV Bharat / state

Aadi Mohotsav: କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ ଆୟୋଜିତ ହୋଇଛି ଆଦି ମହୋତ୍ସବରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟଲ ବୁଲିବା ବେଳେ ମୋଦିଙ୍କୁ ପସନ୍ଦ ଆସିଥିଲା କନ୍ଧମାଳ କଫି ଓ ପାମ୍ପଡ଼ । ପ୍ରଧାନମନ୍ତ୍ରୀ କିଣିବା ସହ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 22, 2023, 3:19 PM IST

କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଦି ମହୋତ୍ସବରେ ମହକିଲା ଓଡିଆ ସାମଗ୍ରୀ । ମୋଦିଙ୍କ ମନ ମୋହିଲା କନ୍ଧମାଳ ପାମ୍ପଡ । ନୂଆ ଦିଲ୍ଲୀରେ ଆୟୋଜିତ ଆଦି ମହୋତ୍ସବରେ କନ୍ଧମାଳର କଫି ଓ ପାମ୍ପଡ କିଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର କଫିକୁ ପସନ୍ଦ କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି ।

ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଚାଲିଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରୋହ । ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ ସାମିଲ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୬ ତାରିଖରେ ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ଏହି ଅବସରରେ ଷ୍ଟଲ ଲଗାଇଥିବା ବିକ୍ରେତା କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ଆମକୁ ଅନୁପ୍ରାଣିତ କରିଛି । ଆଗକୁ ଅଧିକ ଜୈବିକ କୃଷି ଉତ୍ପାଦ କରିବା ପାଇଁ ଚେଷ୍ଟା କରିବୁ । ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଆଶା କରିଛୁ ।"

ଆଦି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ଆମ ଷ୍ଟଲକୁ ଆସିଥିଲେ । ସେ ଆମଠାରୁ କଫି ଓ ପାମ୍ପଡ଼ କିଣିଛନ୍ତି । ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଛନ୍ତି । ଆମେ ଏହି ଷ୍ଟଲରେ ଜିଆଇ ଟ୍ୟାଗ୍‌ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ । ଏଠି ଭଲ ବ୍ୟବସାୟ ହେଉଛି । ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ବବ୍ୟାପୀ ଚାହିଦା ରହିଛି । ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହି ହଳଦୀ ଚାଷ କରାଯାଇପାରିବ । ଶହ ଶହ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ଏହି ହଳଦୀ ଚାଷ କରି ଆସୁଛନ୍ତି । ଜୈବିକ ପଦ୍ଧତିରେ କଫି ଚାଷ କରାଯାଉଛି । ଏଠାକାର ପାର୍ବତ୍ୟ ଅଞ୍ଚଳର ଜଳବାୟୁ କଫି ଚାଷ ପାଇଁ ଅନୁକୂଳ ।"

ଅନ୍ୟପଟେ ଆଦି ମହୋତ୍ସବ କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ୪ ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣିଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇସାରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି । ଏହା ସେମାନଙ୍କ ଜୀବନରେ ଏକ ନୂଆ ଯୁଗ ଆରମ୍ଭ କରିଛି ଯାହାଫଳରେ ସେମାନେ ଆତ୍ମବିଶ୍ବାସର ସହିତ ଭବିଷ୍ୟତରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଆଦି ମହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.