ETV Bharat / state

ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ମତଦାନ ଜାରି - ଉପନିର୍ବାଚନ ପାଇଁ ମତଦାନ ଜାରି

ଜି.ଉଦୟଗିରିରେ ଅଧ୍ୟକ୍ଷା ପଦବୀ ନିମନ୍ତେ ଆଜି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ 8185 ଭୋଟର ନିଜର ମତଦାନ ଦେବେ । ଅଧିକ ପଢନ୍ତୁ

election voting underway
election voting underway
author img

By ETV Bharat Odisha Team

Published : Nov 29, 2023, 2:29 PM IST

election voting underway

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପ୍ରକ୍ରିୟା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସ୍ଥାନୀୟ ହବାକ ହାଇସ୍କୁଲରେ 3 ଟି, ହାତୀଶାଳ ସ୍କୁଲରେ 4 ଟି,କନବାଗିରିରେ ଦୁଇଟି ଓ ଶ୍ରୀରାମ ପଦା ଉପ୍ରା ବିଦ୍ୟାଳୟ, ହାଟପଦା ସ୍କୁଲ,ବ୍ଲକ କଲୋନୀ, ପଦାସାହି ସ୍କୁଲ ଆଦିରେ ଗୋଟାଏ ଲେଖାଁଏ ଏମିତି ମୋଟ 13 ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି ।

ସମୁଦାୟ 8185 ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ସେଥିମଧ୍ୟରୁ 3820 ପୁରୁଷ, 4361 ମହିଳା ଏବଂ ଅନ୍ୟାନ୍ୟ 4 ଜଣ ଭୋଟର ରହିଛନ୍ତି । ଏନେଇ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହ ଦୁଇଜଣ ସେକ୍ଟର ଅଫିସର ଦାୟିତ୍ୱରେ ରହିଥିବା ବେଳେ ଆଉ ଦୁଇଜଣ ସେକ୍ଟର ଅଫିସରଙ୍କୁ ରିଜର୍ଭ ରଖାଯାଇଛି । ସେହିପରି କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ନଳିନୀ କୁମାର ପାଣିଗ୍ରାହୀ ବୁଥ ପରିଚାଳନା ଦାୟିତ୍ଵରେ ଥିବା ବେଳେ ପ୍ରଦୀପ କୁମାର ଶତପଥୀ, ଗୌରୀଶଙ୍କର ମହାରଥ ଏବଂ କେତନ ନାୟକ ପ୍ରମୁଖ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ଶିବିରରେ ୧୪ ସମିତିସଭ୍ୟ, ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ତେବେ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ବିଜେଡ଼ି ଦଳର ଦେବସ୍ମିତା ଶତପଥୀ, ବିଜେପି ଦଳର ରଞ୍ଜିତା ନାୟକ, କଂଗ୍ରେସ ଦଳର ମଧୁଲିନା ଦିଗାଲ ରଣାଙ୍ଗନରେ ଅବତୀର୍ଣ୍ଣ ଥିବାବେଳେ ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 6 ଜଣ ପୋଲିସ ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ତେବେ ଏଠାରେ ବିଜେଡି ପଲ୍ଲା ଭାରି ରହିଥିବା ନେଇ ଆଲୋଚନା ହେଉଛି । ତେବେ ବିଜେପି ମଧ୍ୟ କଡ଼ା ଟକ୍କର ଦେବାକୁ ସମସ୍ତ ପ୍ରକାର ରଣ କୌଶଳ ଆପଣାଇଥିଲା । ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଏହା ମଧ୍ୟ ପଢନ୍ତୁ- 29ରେ ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ, ପ୍ରଚାର ମୈଦାନରେ ହେଭିୱେଟ୍

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.