ETV Bharat / state

ନାଳ ପାଣିରେ ବୁଡି ନାବାଳକ ମୃତ

author img

By

Published : Jul 9, 2022, 12:53 PM IST

ଫୁଲବାଣୀରେ ଅଘଟଣ । ଗାଧୋଇବା ବେଳେ ନାଳରେ ବୁଡିଯାଇ ନାବାଳକ ଯୁବକର ମୃତ୍ୟୁ । ଅଧିକ ପଢନ୍ତୁ

ଫୁଲବାଣୀରେ ଅଘଟଣ: ନାଳ ପାଣିରେ ବୁଡି ନାବାଳକର ମୃତ୍ୟୁ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକରେ ଅଘଟଣ । ଗାଧୋଇବା ବେଳେ ନାଳରେ ବୁଡିଯାଇ ନାବାଳକ ଯୁବକର ମୃତ୍ୟୁ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଫିରିଙ୍ଗିଆ ବ୍ଲକ ମାଝୀପଡା ଗ୍ରାମରୁ । ମୃତ ନାବାଳକ ହେଲେ ମାଝୀପଡା ଗ୍ରାମର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ ।

ଖବରଅନୁସାରେ, ମୃତ ନାବାଳକ ଜଣକ ତାଙ୍କ ମାଙ୍କ ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ପୁଅକୁ ଛାଡି ମା’ ଶୌଚ ହେବା ପାଇଁ ଯାଇଥିବା ବେଳେ ପୁଅ ନାଳ ପାଣିରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ନାବାଳକଙ୍କୁ ପାଣିରୁ ଉଦ୍ଧାର କାରି ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.