ETV Bharat / state

ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଯୁବକଙ୍କୁ ହତ୍ୟା ପରେ ଠିକା ସଂସ୍ଥା କ୍ୟାମ୍ପ ଉପରେ ହମଲା

author img

By

Published : Oct 25, 2022, 9:01 AM IST

Updated : Oct 25, 2022, 2:25 PM IST

କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳିକରି ହତ୍ୟା କରିବା ପରେ ଏକ ଠିକା ସଂସ୍ଥା କ୍ୟାମ୍ପ ଉପରେ ଲାଲବାହିନୀ ଆକ୍ରମଣ କରିଛି । ଅଧିକ ପଢନ୍ତୁ

maoists killed a youth suspicious being a police informer in kandhamal
ରକ୍ତମୁଖା ଲାଲ ତାଣ୍ଡବ ରଚୁଛି ଲାଲବାହିନୀ, ଯୁବକଙ୍କୁ ହତ୍ୟା ପରେ ଠିକା ସଂସ୍ଥା କ୍ୟାମ୍ପ ଉପରେ ହମଲାବାହିନୀ

ଫୁଲବାଣୀ: ପୁଣି ରକ୍ତମୁଖା ହେଲା ଲାଲ୍‌ ବାହିନୀ । କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ସ୍ଥିର ନିଶ୍ଚିତ କରିଛି ଲାଲ ବାହିନୀ ଏବଂ ଦୁଇ ଦିନ ହେଲା ତାଣ୍ଡବ ରଚି ଚାଲିଛି । ଗତକାଲି ପୋଲିସ ଇନଫର୍ମର ସନ୍ଦେହରେ ଜଣେ ନୀରିହ ଯୁବକଙ୍କୁ ହତ୍ୟା କରିବା ପରେ ଏକ ଠିକା ସଂସ୍ଥା କ୍ୟାମ୍ପ ଉପରେ ଲାଲବାହିନୀ ଆକ୍ରମଣ କରିଛି ।

ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଯୁବକଙ୍କୁ ହତ୍ୟା ପରେ ଠିକା ସଂସ୍ଥା କ୍ୟାମ୍ପ ଉପରେ ହମଲା

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଏକ ଠିକା ସଂସ୍ଥାର ଗୋଟିଏ ଜେସିବି, ଦୁଇଟି ଟ୍ରାକ୍ଟର ଓ ଦୁଇଟି ମିକ୍ସଚର ମେସିନ ପୋଡ଼ି ଦେଇଛନ୍ତି ଲାଲବାହିନୀ । ମଧ୍ୟ ରାତ୍ରିରେ ଠିକା ସଂସ୍ଥାକୁ 20ରୁ ଅଧିକ ସଶସ୍ତ୍ର ମାଓବାଦୀ ପଶି ଲଙ୍କାକାଣ୍ଡ ଘଟାଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ପୋଲିସ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କ ପାଇଁ 25 ତାରିଖକୁ ବନ୍ଦ ଡାକରା ଦେଇଥିଲା ମାଓ ସଂଗଠନ । ଗତକାଲି ସନ୍ଧ୍ୟା ବେଳେ କୁନାସଲୁ ନିକଟସ୍ଥ କ୍ଲମ୍ବାଜକି ଗ୍ରାମର ନୀଳକଣ୍ଠ ମଲିକ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଲଗାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ମାଓନେତା ସଚିବ ବିଜୟ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଦେଇଥିବା ସୂଚନା ମିଳିଛି । କେକେବିଏନ (କନ୍ଧମାଳ କଳାହାଣ୍ଡି ଗଜପତି ମାଓ ସଂଗଠନ) ମାଓ ସଂଗଠନ ଏହି ହତ୍ୟା କରିଥିବାବେଳେ, ହତ୍ୟାକାଣ୍ଡ ପାଇଁ ପୋଲିସକୁ ଦାୟୀ କରିଛି ମାଓ ସଂଗଠନ । ତେବେ ଗତ ୧୧ ତାରିଖରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଗୁଳି ବିନିମୟ ଫଳରେ ଜଣେ ମହିଳା କ୍ୟାଡ଼ର ମାଓବାଦୀର ମୃତ୍ୟୁ ଘଟିଥିଲା ।

ଏହି ଘଟଣାର ପ୍ରତିଶୋଧ ନେବାକୁ ଲାଲବାହିନୀ ଏବେ ରକ୍ତମୁଖା ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏନକାଉଣ୍ଟରର କିଛିଦିନ ପରେ ମହିଳା ମାଓବାଦୀଙ୍କ ମୃତଦେହକୁ ପୋଲିସ ପକ୍ଷରୁ ମାଟିରେ ପୋତି ଦିଆଯାଇଥିଲା । ଏସଓଜି ଏବଂ ଡିଭିଏଫ ବାହିନୀ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେସନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିଲା । ଏଭଳି ସ୍ଥିତିରେ ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 25, 2022, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.