ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର: ପିଏଲଜିଏ ସପ୍ତାହ ପାଳନ ପାଇଁ ଲାଲ ବାହିନୀର ଆହ୍ବାନ, ଗଞ୍ଜେଇ ଚାଷକୁ ବିରୋଧ - ମାଓବାଦୀଙ୍କ ଗଞ୍ଜେଇ ଚାଷକୁ ବିରୋଧ

Mao Poster in Kandhamal: କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର । ପିଏଲଜିଏ ସପ୍ତାହ ପାଳନ କରିବା ସହ ଗଞ୍ଜେଇ ଚାଷକୁ ବନ୍ଦ କରିବାକୁ ଆହ୍ବାନ ଦେଲା ଲାଲ ବାହିନୀ । ଅଧିକ ପଢ଼ନ୍ତୁ

କନ୍ଧମାଳରେ ମାଓ ପୋଷ୍ଟର
କନ୍ଧମାଳରେ ମାଓ ପୋଷ୍ଟର
author img

By ETV Bharat Odisha Team

Published : Dec 6, 2023, 11:59 AM IST

କନ୍ଧମାଳ: ଗଞ୍ଜେଇ ଚାଷକୁ ମାଓବାଦୀଙ୍କ ବିରୋଧ । କିଛି ଦିନର ବିରତି ପରେ ପୁଣି କନ୍ଧମାଳ ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଛି । କେକେବିଏନ ଡିଭିଜନାଲ୍‌ ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ମାଧ୍ୟମରେ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ଏଥିସହ ଗଞ୍ଜେଇ ଚାଷ ନକରିବାକୁ ଚେତାବନୀ ଦିଆଯାଇଛି ।

ମାଓ ପୋଷ୍ଟର ପିଏଲଜିଏ ସପ୍ତାହ ପାଳନ ପାଇଁ ଗଞ୍ଜେଇ ଚାଷକୁ ବିରୋଧ

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଡିସେମ୍ବର ୨ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହକୁ ଉତ୍ସାହ ଉଦ୍ଦୀପନା ସହ ପାଳନ କରିବାକୁ କୁହାଯାଇଛି । ଏଥିସହ ଜିଲ୍ଲାରେ ହେଉଥିବା ବେଆଇନ ଗଞ୍ଜେଇ ଚାଷକୁ ମଧ୍ୟ ବିରୋଧ କରିଛି ମାଓ ସଂଗଠନ । ଏହାକୁ ନକରିବା ପାଇଁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ କେକେବିଏନ୍‌ ଡିଭିଜନାଲ କମିଟି ଭାକପା ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି ।

ମଙ୍ଗଳବାର ସକାଳେ ଲୁଇସିଂ, କୁମେଲସିଂ, ଵାଲନ୍ଦାପଡ଼ା, ପକାରୀ ଓ ସୁଟେଣି ଘାଟିର ବିଭିନ୍ନ ସ୍ଥାନର ଗଛଗୁଡ଼ିକରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଵାଲନ୍ଦାପଡା ବିଏସଏଫ କ୍ୟାମ୍ପ ସାମ୍ନାରେ ମଧ୍ୟ ପୋଷ୍ଟର ଲାଗିଛି। ପୋଷ୍ଟର ପିଏଲଜିଏ ସପ୍ତାହକୁ ପାଳନ ପାଇଁ ଆହ୍ୱାନ ଦିଆଯିବା ସହ ଶହୀଦ କମ୍ରେଡ କମଳା, ଲଳିତ, ରିତୁ, ପଦ୍ମା ,ସନ୍ଦେଶ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଆହ୍ଵାନ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଗଞ୍ଜେଇ ଚାଷ ବନ୍ଦ କରିବାକୁ ମାଓବାଦୀଙ୍କ ଚେତାବନୀ, ପୋଷ୍ଟର ମାରିଲା ଲାଲ ବାହିନୀ

କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚାଲିଥିବା ବ୍ୟାପକ ଗଞ୍ଜେଇ ଚାଷକୁ ବିରୋଧ କରିଛି ମାଓ ସଂଗଠନ। ଏହି ଅଞ୍ଚଳରେ ଗଞ୍ଜେଇ ଚାଷୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଗଞ୍ଜେଇ ମାଫିଆ ମାନଙ୍କୁ ଗାଁରେ ପୁରାଇ ନଦେବା ପାଇଁ ଚେତାବନୀ ଦେଇଛି ଲାଲ ବାହିନୀ । ଏହାକୁ ଅମାନ୍ୟ କରି ଯେଉଁମାନେ ଗଞ୍ଜେଇ ଚାଷ କରିବେ ସେମାନଙ୍କୁ ମାଓ ସଂଗଠନ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ତେବେ ଗଞ୍ଜେଇ ଚାଷ ଯୋଗୁଁ ପୋଲିସ ବାରମ୍ବାର ଗାଁକୁ ଆସୁଥିବା କଥା ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । ଆଉ ମଧ୍ୟ ମାଓ ସଂଗଠନରେ ସାମିଲ ହୋଇ ଜନ ପ୍ରତିରୋଧକୁ ତ୍ୱରାନ୍ୱିତ କରିବାକୁ ଆହ୍ବାନ ଦେଇଛି ଲାଲ ବାହିନୀ ।

ଇଟିିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.