ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର  । ଆସନ୍ତା 15 ତାରିଖ ଦିନ କେକେବିଏନ୍(କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ) ଅଞ୍ଚଳରେ ଦିନିକିଆ ବନ୍ଦ ଡାକରା ପାଇଁ ପୋଷ୍ଟର ମାରିଛନ୍ତି ସିପିଆଇ ମାଓବାଦୀ ସଂଗଠନ  ।

author img

By

Published : May 14, 2019, 11:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର । ଆସନ୍ତା 15 ତାରିଖ ଦିନ କେକେବିଏନ୍(କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ) ଅଞ୍ଚଳରେ ଦିନିକିଆ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ । ଏନେଇ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମାର ଡାବୁଡୁକିଆ ଘାଟିରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି ମାଓବାଦୀ ।

ଗତ ବର୍ଷ ମେ 13 ତାରିଖରେ ସୁଡ୍ରୁକୁମ୍ପା ଏନକାଉଣ୍ଟରରେ 5 କ୍ଯାଡର ମାଓବାଦୀ ନିହତ ହୋଇଥିଲେ । ତେବେ ଏହି ମୃତ ମାଓବାଦୀଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦ ଡାକରା ଦେଇଛି ଲାଲ୍ ବାହିନୀ । ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା କମରେଡ୍ ବାଦଲ, ମଦନ, ଭୀମା, ଶୀଲା ଓ ରାଧାଙ୍କ ବଳିଦାନକୁ ସ୍ବୀକାର କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରାଯାଇଛି ।

ଏହା ସହିତ ଖମନଖୋଲର ବଜାର ଓ ଛକ ମାନଙ୍କରେ ମଧ୍ୟ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସିଆରପିଏଫ କ୍ୟାମ୍ପକୁ ବିରୋଧ କରାଯାଇଛି । ସେପଟେ ପୋଲିସ ଏବେ ସୁଦ୍ଧା ରାସ୍ତାରୁ ଗଛ ହଟାଇ ନ ଥିବା ବେଳେ ବାଲିଗୁଡାରୁ ସୁଡ୍ରା, ଲଣ୍ଡାଗାଁ ସମେତ ବୌଦ୍ଧ ଓ ସୁବର୍ଣପୁର ଜିଲାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

slug-mao poster and bandh call

format-avo

report-sadasiba patra

place-Phulabani(Kandhamal)

date-14.5.2019

କନ୍ଧମାଳ ଜିଲାର ବାଲିଗୁଡା ଥାନା ଅଞ୍ଚଳରେ ମାଓ ପୋଷ୍ଟର  । ପନ୍ଦର ତାରିଖ ଦିନ କେକେବିଏନ୍(କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ) ଅଞ୍ଚଳରେ ଦିନିକିଆ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ  । ବାଲିଗୁଡା ଥାନା ଅନ୍ତର୍ଗତ ବାରଖମାର ଡାବୁଡୁକିଆ ଘାଟିରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହିତ ପୋଷ୍ଟର ମାରିଛନ୍ତି  । ଗତ ବର୍ଷ ମଇ ତେର ତାରିଖରେ ରାଜ୍ୟର ଏକ ଗୁରୁତ୍ବପୂର୍ଣ ସଫଳ ସୁଡ୍ରୁକୁମ୍ପା ଏନକାଉଣ୍ଟରରେ 5 କ୍ଯାଡର ମାଓବାଦୀ ନିହତ ହୋଇଥିଲେ । ମୃତ ମାଓବାଦୀଙ୍କୁ ସମ୍ମାନ ଜଣାଇ ବନ୍ଦ କରିବାକୁ ଡାକରା ଦେଇଛି ଲାଲ୍ ବାହିନୀ  । ଏନକାଉଣ୍ଟରରେ ମୃତ କମରେଡ୍ ବାଦଲ,ମଦନ,ଭୀମା,ସୀଲା ଓ ରାଧାଙ୍କ ବଳିଦାନକୁ ଖୋଲାଖୋଲି ସ୍ବୀକାର କରିବା ସହିତ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରିଛି  ।

ଏହା ସହିତ ଖମନଖୋଲର ବଜାର ଓ ଛକ ମାନଙ୍କରେ ମଧ୍ୟ ମାଓ ପୋଷ୍ଟର ମରାଯାଇଛି  । ସିଆରପିଏଫ କ୍ୟାମ୍ପକୁ ବିରୋଧ କରାଯାଇଛି ପୋଷ୍ଟରରେ  । ପୋଲିସ ଏହି ରାସ୍ତାରୁ ଗଛ ହଟାଇ ନ ଥିବା ବେଳେ ବାଲିଗୁଡାରୁ ସୁଡ୍ରା,ଲଣ୍ଡାଗାଁ ସମେତ ବୌଦ୍ଧ ଓ ସୁବର୍ଣପୁର ଜିଲାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି  । ଆମେ ଏସଓପି ଅନୁସାରେ ପଦକ୍ଷେପ ନେଉଛୁ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ଏସପି  ।

.............

ଫିଡ୍ ମେଲରେ ଯାଇଛି  ।  plz find d attached files and photos..

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.