ETV Bharat / state

ମାଫିଆଙ୍କ କବଜାରେ ପରିବା ହାଟ, ହଟହଟା ଫୁଲବାଣୀ ଚାଷୀ - କନ୍ଧମାଳ ଚାଷୀ ସମସ୍ୟା

ଚାଷୀଙ୍କ ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। କାଳିଆ ଠାରୁ ଆରମ୍ଭ କରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଚାଷୀଙ୍କ ପାଇଁ। ହେଲେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କନ୍ଧମାଳର ନିରୀହ ଚାଷୀ ଏବେ ଶୋଷଣର ଶିକାର ହେଉଛନ୍ତି।

ମାଫିଆଙ୍କ କବଜାରେ ପରିବା ହାଟ
author img

By

Published : Nov 8, 2019, 2:43 PM IST

ଫୁଲବାଣୀ: ଚାଷୀଙ୍କ ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। କାଳିଆ ଠାରୁ ଆରମ୍ଭ କରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଚାଷୀଙ୍କ ପାଇଁ। ହେଲେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କନ୍ଧମାଳର ନିରୀହ ଚାଷୀ ଏବେ ଶୋଷଣର ଶିକାର ହେଉଛନ୍ତି। ଗାଁ ଗହଳିର ହଜାର ହଜାର ଚାଷୀ ଫୁଲବାଣୀରେ ନିଜ ପରିବା ବିକ୍ରି ପାଇଁ ଆସିଥିବା ବେଳେ ହାଟରେ ସ୍ଥାନ ନ ପାଇ ହଟହଟା ହେଉଛନ୍ତି।

ହାଟର ଅଧାରୁ ଅଧିକ ସ୍ଥାନ ଏବେ ମାଫିଆଙ୍କ କବଜାରେ। ଫଳରେ ଏଠି ସେଠି ବସିବା ସହିତ ଅତି କମ ଦାମରେ ବିକ୍ରି କରୁଛନ୍ତି ନିଜ ଝାଳ ବୁହା ପରିଶ୍ରମର ଫଳ। ଫୁଲବାଣୀର କେନ୍ଦ୍ରସ୍ଥଳରେ ରହିଛି ଶତାବ୍ଦୀର ପୁରୁଣା ହାଟ। ପ୍ରାୟ 15 ଏକରରୁ ଅଧିକ ସ୍ଥାନରେ ଥିବା ଏହି ନିତିଦିନିଆ ହାଟ ଏବେ ମାତ୍ର ଦୁଇ ଏକରକୁ ସଙ୍କୁଚିତ ହୋଇଯାଇଛି। ଜମି ମାଫିଆ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହିତ ମିଶି ଜବରଦଖଲ କରିନେଇଛନ୍ତି ଜାଗା ।

ଫଳରେ ରାସ୍ତାରେ ଓ ଏଠି ସେଠି ବସି ଜିଲ୍ଲାର ଚାଷୀ ହଟହଟା ହେଉଛନ୍ତି। ସେଥିରେ ପୁଣି ଦାଉ ସାଧୁଛି ପୌରପାଳିକା । ଜବରଦସ୍ତ ଚାଷୀଙ୍କୁ ହାଟରୁ ଉଠାଇବା ସହ ଟଙ୍କା ଆଦାୟ କରୁଛି। ଏହାଛଡା ଆସାଧୁ ବ୍ୟବସାୟୀ ଜୋର ଜବରଦସ୍ତ କମ ପଇସାରେ ଜିନିଷ ନେଇ ଯାଉଛନ୍ତି ଚାଷୀଙ୍କ ଠାରୁ । ପରେ ସେହି ଜିନିଷକୁ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ପୂର୍ବରୁ ଏ ଦିଗରେ ସରକାରଙ୍କୁ ଦାବି ଜଣାଇଛନ୍ତି ଚାଷୀକୂଳ। କିନ୍ତୁ ଫଳ ଶୂନ। ସରକାରୀ ଅଧିକାରୀ ମଧ୍ୟ ଏପରି ଗୁରୁତର ପ୍ରସଙ୍ଗରେ ପାଟି ଚୁପ କରି ବସି ରହିଛନ୍ତି ।

ମାଫିଆଙ୍କ କବଜାରେ ପରିବା ହାଟ

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଚାଷୀଙ୍କ ପାଇଁ କେତେ କଣ ଯୋଜନା। କାଳିଆ ଠାରୁ ଆରମ୍ଭ କରି ଅନେକ ଯୋଜନା କରିଛନ୍ତି ସରକାର। ବାସ୍ତବରେ କିନ୍ତୁ ଚିତ୍ର ଓଲଟା। କନ୍ଧମାଳର ନିରୀହ ଚାଷୀ ବାପୁଡା ଏବେ ଶୋଷଣର ଶିକାର ହେଉଛନ୍ତି। ଗାଁ ଗହଳିର ହଜାର ହଜାର ଚାଷୀ ଫୁଲବାଣୀ ଆସି ନିଜ ପରିବା ବିକ୍ରି ପାଇଁ ଆସିଥିବା ବେଳେ ହାଟ ସ୍ଥାନ ନ ପାଇ ହଟହଟା ହେଉଛନ୍ତି। ହାଟର ଅଧାରୁ ଅଧିକ ସ୍ଥାନ ଏବେ ମାଫିଆଙ୍କ କବଜାରେ। ଫଳରେ ଏଠି ସେଠି ବସିବା ସହିତ ଅତି କମ ଦାମରେ ବିକ୍ରି କରୁଛନ୍ତି ନିଜ ଝାଳ ବୁହା ପରିଶ୍ରମର ଫଳ।

Body:କନ୍ଧମାଳର ହଜାର ହଜାର ଚାଷୀ ଏବେ ଶୋଷଣର ଶିକାର ହେଉଛନ୍ତି। ଫୁଲବାଣୀର କେନ୍ଦ୍ର ସ୍ଥଳରେ ରହିଛି ଶତାବ୍ଦୀ ପୁରୁଣା ହାଟ। ପ୍ରାୟ ପନ୍ଦର ଏକରରୁ ଅଧିକ ସ୍ଥାନରେ ଥିବା ଏହି ସବୁଦିନିଆ ହାଟ ଏବେ ମାତ୍ର ଦୁଇ ଏକରକୁ ସଙ୍କୁଚିତ ହୋଇଯାଇଛି। ଜମି ମାଫିଆ ମାନେ ଅସାଧୁ ରାଜସ୍ୱ କର୍ମଚାରୀଙ୍କ ସହିତ ମିଶି ଜବରଦଖଲ କରି ନେଇଛନ୍ତି ଜାଗା। ଫଳରେ ରାସ୍ତାରେ ଓ ଏଠି ସେଠି ବସି ଜିଲ୍ଲାର ଚାଷୀ ମାନେ ହଟହଟା ହେଉଛନ୍ତି ସେଥିରେ ପୁଣି ପୌରପାଳିକା ଦାଉ ସାଧୁଛି। ଜବରଦସ୍ତ ଉଠାଇବା ସହିତ ଟଙ୍କା ଆଦାୟ କରୁଛି। ଏହା ଭିନ୍ନ ଆସାଧୁ ବ୍ୟବସାୟୀ ମାନେ ଜୋର ଜବରଦସ୍ତ କାମ ପଇସାରେ ଜିନିଷ ନେଇ ଯାଉଛନ୍ତି ଚାଷୀଙ୍କ ଠାରୁ। ସେହି ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଚାଷୀ ବାପୁଡା ସବୁଠି କେବଳ ଶୋଷିତ ହେଉଛି।
ବାଇଟ(୧) ହଜାରୀ ରାଉତ,ଆକ୍ଟିଭିଷ୍ଟ
ଜିଲ୍ଲା କୁଇ ଆଦିବାସୀ ସଂଗଠନ ପୂର୍ବରୁ ଏ ଦିଗରେ ସରକାରଙ୍କୁ ଦାବି ଜଣାଇଛି। କିନ୍ତୁ ଫଳ ଶୂନ। ସରକାରୀ ଅଧିକାରୀ ମଧ୍ୟ ଏପରି ଗୁରୁତର ପ୍ରସଙ୍ଗରେ ପାଟି ଚୁପ କରିଛନ୍ତି ।

Conclusion:ପିଟିସି ସଦାଶିଵ ପାତ୍ର,ଈଟିଭି ପ୍ରତିନିଧି।
କନ୍ଧମାଳରୁ ସଦାଶିଵ ପାତ୍ର ,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.