ETV Bharat / state

ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ୍‌, ଅଭିଯୁକ୍ତ କୋର୍ଟ ଚାଲାଣ

Loot from Businessman Kandhamal: ଶାଢ଼ୀ ବ୍ୟବସାୟୀଙ୍କୁ ମାଡ଼ ମାରିବା ପରେ ଲୁଟ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ । ଆଗକୁ ପଢ଼ନ୍ତୁ

ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ
ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ
author img

By ETV Bharat Odisha Team

Published : Dec 20, 2023, 6:58 AM IST

ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ

କନ୍ଧମାଳ: କିଛି ଦିନ ପୂର୍ବରୁ ଫିରିଙ୍ଗିଆ ଥାନା ଅଞ୍ଚଳର ସାରଙ୍ଗଗଡ଼ ରାସ୍ତାର ରତଙ୍ଗ ଘାଇ ନିକଟରେ ଜଣେ ଶାଢ଼ୀ ବ୍ୟବସାୟୀଙ୍କୁ ମାଡ଼ ମାରିବା ପରେ ଲୁଟ କରିଥିଲେ ଦୁର୍ବୃତ୍ତ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ । ଅଭିଯୁକ୍ତମାନଙ୍କ ପାଖରୁ ଲୁଟ ହୋଇଥିବା ମୋବାଇଲ ଫୋନ ସହ 14 ହଜାର ନଗଦ ଟଙ୍କା ଜବତ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଫିରିଙ୍ଗିଆ ସାରଙ୍ଗଗଡ଼ ରାସ୍ତାର ରତଙ୍ଗ ଘାଇ ନିକଟରେ କିଛି ଦୁର୍ବୁତ୍ତ ଜଣେ ବୁଲା ଶାଢ଼ୀ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ନେଇ ମାଡ଼ ମାରିଥିଲେ । ଏହାପରେ ତାଙ୍କଠାରୁ ଟଙ୍କା ନେଇ ଚମ୍ପଟ୍‌ ମାରିଥିଲେ । ଘଟଣାର ତିନିଜଣ ଅଭିଯୁକ୍ତଙ୍କୁ ଗତ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ପୀଡ଼ିତ ଜଣକ ହେଉଛନ୍ତି ବିହାର ରାହାତୋଷ ଜିଲ୍ଲା ଡ଼ରିଗାଓଁ ଥାନା ସିକୋରିଆ ଗାଁର ମନୋଜ କୁମାର । କିଛିଦିନ ହେଲା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ରେ ରହି ଫିରିଙ୍ଗିଆ ଅଞ୍ଚଳରେ ବୁଲି ବୁଲି ଶାଢ଼ୀ ବିକ୍ରି କରୁଥିଲେ । ଗତ ସୋମବାର ଦିନ ବ୍ୟବସାୟ ସାରି ସାରଙ୍ଗଗଡ଼ ଫେରୁଥିବା ସମୟରେ ରତଙ୍ଗ ନିକଟରେ ତିନିଜଣ ଦୁର୍ବୁତ୍ତ ତାଙ୍କୁ ଜୋର ଜବରଦସ୍ତ ଘାଇପାଖ ଜଙ୍ଗଲକୁ ନେଇ ମାଡ଼ମାରିବା ସହ ତାଙ୍କ ଠାରୁ ତାଙ୍କ ମୋବାଇଲ ଓ ୩୪ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିଲେ ଲୁଟେରା ।

ଏହା ମଧ୍ୟ ପଢ଼ନ୍ତୁ...ରଗଡ଼ି ଜେଲରେ STF ଟିମ, ଆଜିଠୁ 5ଦିନିଆ ରିମାଣ୍ଡରେ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଘଟଣା ପରେ ସମ୍ପୃକ୍ତ ବ୍ୟବସାୟୀ ଜଣକ ଫିରିଙ୍ଗିଆ ଥାନାକୁ ଆସି ଘଟଣା ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିଲେ । ଏତଲା ଆଧାରରେ ଏକ ମାମଲା ରୁଜୁ କରିବା ସହ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅଜୟ କୁମାର ସାହୁଙ୍କ ନେରୁତ୍ୱରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା । ସୋମବାର ରାତିରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରେ ଦୁଇଜଣ ଫିରିଙ୍ଗିଆ ଥାନା ରତଙ୍ଗ ଗାଁର ସନିଆଁ ମାଝୀ ଓ ଗଣପତି ମାଝୀ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଯୁଗପଦର ଗାଁର ଜଗନ ଦିଗାଲ ବୋଲି ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ପାଖରୁ ପୋଲିସ ଲୁଟ ହୋଇଥିବା ମୋବାଇଲ ଫୋନ ସହ ନଦଦ 14 ହଜାର ଟଙ୍କା ଜବତ କରିଛି । ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.