ETV Bharat / state

ଲକଡାଉନ: ଭୋକିଲାଙ୍କ ମୁହଁରେ ଦାନା ଦେଉଛନ୍ତି ଯୁବଗୋଷ୍ଠୀ

author img

By

Published : Mar 30, 2020, 7:41 AM IST

Updated : Mar 30, 2020, 8:00 AM IST

ଭୋକିଲାଙ୍କ ମୁହଁରେ ଦାନା ଦେଉଛନ୍ତି ଯୁବ ଗୋଷ୍ଠୀ । ଜୀଵଜନ୍ତୁଙ୍କୁ ମଧ୍ୟ ଦେଉଛନ୍ତି ଖାଦ୍ୟ । ଅଧିକ ପଢନ୍ତୁ....

Youth group help to poor people
ଭୋକିଲାଙ୍କ ମୁହଁରେ ଦାନା ଦେଉଛନ୍ତି ଯୁବ ଗୋଷ୍ଠୀ

କନ୍ଧମାଳ: କନ୍ଧମାଳରେ କୋରୋନା ମହାମାରୀ ଯୋଗୁଁ ସମ୍ପୂର୍ଣ୍ଣ ଲକଡାଉନ ହୋଇଛି ପୁରା ସହର । ଏହି ସମୟରେ ଅସହାୟ ଦିବ୍ୟାଙ୍ଗ ମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଛି ଉତ୍ସାହୀ ଦରଦୀ ଯୁବଗୋଷ୍ଠୀ । ଫୁଲବାଣୀର ଗଳିକନ୍ଦି ବୁଲି ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ଏପରିକି ଜୀଵଜନ୍ତୁଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି । ଗତ ତିନି ଦିନ ଧରି ଏପରି ଅସହାୟଙ୍କ ସାହା ହୋଇଛନ୍ତି ଏହି ଯୁବ ଗୋଷ୍ଠୀ । ସହରରେ ବୁଲୁଥିବା ଦରଦୀ ୟୁଥ ଫର ଚେଞ୍ଜ ସଂଗଠନର କିଛି ଯୁବକ ରାମମନ୍ଦିର ଯାତ୍ରା ପଡ଼ିଆ ଠାରେ ଅଚେତ ହୋଇପଡି ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି ।

କେବଳ ସେତିକି ନୁହେଁ, ଯାତ୍ରା ପଡ଼ିଆ କଲ୍ୟାଣ ମଣ୍ଡପ ଠାରେ ଏମିତି କିଛି ଅସହାୟ ଭୋକ ଉପବାସରେ ବସିଥିଲେ । ଆଣିଥିବା ରନ୍ଧାଖାଦ୍ୟ ସମସ୍ତଙ୍କୁ ଖୁଆଇବା ବ୍ୟବସ୍ଥାରେ ଲାଗିଗଲେ ଯୁବଗୋଷ୍ଠୀ। କୋରୋନା ପ୍ରତିରୋଧ ପାଇଁ ସରକାର କରିଥିବା ସମସ୍ତ ଗାଇଡ଼ ଲାଇନଙ୍କୁ ମାନୁଛନ୍ତି। ସାନିଟାଇଜ଼ରରେ ପ୍ରଥମେ ହାତ ଧୋଇବା ପରେ ସମସ୍ତଙ୍କ ହାତ ମଧ୍ୟ ଧୋଉଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 30, 2020, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.