ETV Bharat / state

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ୪ ଗିରଫ

author img

By

Published : Aug 3, 2022, 11:09 PM IST

ଟିକାବାଲି ରେଞ୍ଜ ଅଞ୍ଚଳରରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । ବାଘ ଛାଲ ଜବତ ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF
ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF

ଫୁଲବାଣୀ: STF ଜାଲରେ ବାଘ ଛାଲ ବ୍ୟବସାୟୀ । କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ଅଞ୍ଚଳରରେ ବାଘଛାଲ ବିକ୍ରି ବେଳେ ମାଡି ବସିଲା ସ୍ପେଷାଲ ଟାସ୍କ ଫୋର୍ସ(STF) । ବାଘଛାଲ ସହ ୪ ଜଣକୁ ଗିରଫ କରିଛି କରାଯାଇଥିବା ସୂଚନା ମିଳିଛି ।

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF

ସୂଚନାଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ଯୁବକ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଏବଂ ବନବିଭାଗର ମିଳିତ ଟିମ ଚଢାଉ କରିଥିଲା । ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣପାଦର ବୀରେନମିତ୍ର ନାୟକ, ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଗୁଣ୍ଡ୍ରିବାଡିର ରଂଜିତ କହଁର, ମଜୁରୀବାଡିର ରବିନାରାୟଣ କହଁର, ସୁକୁମାର କହଁର । ତେବେ ସେମାନେ ଆଡେନିଗଡ ଜଙ୍ଗଲରେ ବାଘ ମାରିଛନ୍ତି ବୋଲି ସ୍ୱୀକାର କରିଥିବା ନେଇ ସୂଚନା ରହିଛି । ତେବେ ସେମାନଙ୍କ ପାଖରୁ ଦେଶୀ ବନ୍ଧୁକ, ଗୁଳି, ଧନୁ ତୀର, ଫାସ ଆଦି ଜବତ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଏସସିଏଫଓ ମଳୟ ରଂଜନ କାଲୋ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.