ETV Bharat / state

କନ୍ଧମାଳ କିଆମୁଣ୍ଡା ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଗୁରୁତର

କନ୍ଧମାଳ ଜିଲ୍ଲା କିଆମୁଣ୍ଡା ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସୂଚନା । ଅଧିକ ପଢନ୍ତୁ

author img

By

Published : Mar 28, 2022, 7:15 PM IST

BLAST: କନ୍ଧମାଳ କିଆମୁଣ୍ଡା ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବାନ୍ଦାଦଣୀ ଗ୍ରାମର ଜଣେ ଯୁବକ ଗୁରୁତର ହୋଇଥିବାବେଳେ ଆଉ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କଟାପଙ୍ଗା ଗାଁରୁ ଦୁଇ ସାଙ୍ଗ ବାଇକ ଯୋଗେ ନିଜ ଗାଁ ବାନ୍ଧାଦଣି ଯିବା ସମୟରେ କିଆମୁଣ୍ଡା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା, ଫଳରେ ସେହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଥିବାବେଳେ ଆଉ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ଗୁରୁତର ହୋଇଥିବା ଯୁବକଙ୍କ ନାମ ଇନ୍ଦ୍ରମଣିକହଁର ବୋଲି ଜଣାପଡ଼ିଛି । ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଛି । ତେବେ ଫୁଲବାଣୀ ଡାକ୍ତରରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଯେଉଁ ଜାଗାରେ ବର୍ତ୍ତମାନ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି, ସେହି ସ୍ଥାନରେ ଗତ ଫେବୃଆରୀ ମାସରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରାସ୍ତା କାମରେ ନିୟୋଜିତ ଜେସିବି ଗାଡ଼ି ପୋଡ଼ିଥିଲେ ଏବଂ ସେହି ଜାଗାରେ ବିସ୍ଫୋରଣ ହୋଇ କିଆମୁଣ୍ଡା ଗ୍ରାମର ପ୍ରଣବ ରଞ୍ଜନ କହଁର ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ତେଣୁ ଏହି ବିସ୍ଫୋରଣରେ ମଧ୍ୟ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.