ETV Bharat / state

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

2016ରେ କେକେବିଏନ୍ ଡିଭିଜନର କାଡାଙ୍ଗା ଏରିଆ କମିଟିରେ ଯୋଗ ଦେଇଥିବା ସିଜୁ କହଁର ଓରଫ୍‌ ପିଙ୍କି କନ୍ଧମାଳ ପୋଲିସ୍‌ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ।

author img

By

Published : Mar 30, 2019, 11:21 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ସିପିଆଇ ମାଓବାଦୀ ସଂଗଠନର କେକେବିଏନ୍ ଡିଭିଜନର କାଡାଙ୍ଗା ଏରିଆ କମିଟି ସଦସ୍ୟା ସିଜୁ କହଁର ଓରଫ୍‌ ପିଙ୍କି ଜିଲ୍ଲା ପୋଲିସ୍‌ କାର୍ଯ୍ୟାଳୟରେଶୁକ୍ରବାର ଦିନ ଆତ୍ମସମର୍ପଣ କରିଛନ୍ତି । ତେବେ ଏନେଇ ଶନିବାର ଦିନ ଏସପି ପ୍ରତୀକ ସିଂ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କନ୍ଧମାଳ

ସୂଚନାମୁତାବକ, ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ସିଜୁ କହଁରର ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଏଥିସହ ସେ ଏସଓଜି କମାଣ୍ଡୋ ଲକ୍ଷ୍ମୀକାନ୍ତ ଯାନୀ ହତ୍ୟା ମାମଲା, ରବିନ୍ଦ୍ର ମଲ୍ଲିକ ହତ୍ୟା ମାମଲା ସହିତ ଅନେକ ମାଓ ହିଂସାରେ ସାମିଲ ଥିବା ନେଇ ଏସପି ସୂଚନା ଦେଇଛନ୍ତି ।ଏଥିସହ ଏସପି କହିଛନ୍ତି ଯେ, ସରକାରଙ୍କ ନିୟମ ମୁତାବକ ଥଇଥାନ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ ।

କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ଜାର୍ଗିସରୁ ଗାଁରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର । ସେ 2016ରେ କେକେବିଏନ୍ ଡିଭିଜନର କାଡାଙ୍ଗା ଏରିଆ କମିଟିରେ ଯୋଗ ଦେଇଥିଲେ । ତେବେ ମାଓବାଦୀ ନିଜର ଆଦର୍ଶ ଠାରୁ ଦୂରେଇ ଯାଇଥିବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି ସିଜୁ କହଁର ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.