ETV Bharat / state

ଦେଖିଲେନି ଡାକ୍ତର, ଅଟୋରେ ପ୍ରସବ କଲେ ପ୍ରସୂତି

କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ହଟହଟା । ଡାକ୍ତର ନ ଦେଖିବାରୁ ଅଟୋରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ

ଦେଖିଲେନି ଡାକ୍ତର, ଅଟୋରେ ପ୍ରସବ କଲେ ପ୍ରସୂତି
ଦେଖିଲେନି ଡାକ୍ତର, ଅଟୋରେ ପ୍ରସବ କଲେ ପ୍ରସୂତି
author img

By

Published : Jan 8, 2022, 11:35 AM IST

Updated : Jan 8, 2022, 11:59 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ହଟହଟା । ରୋଗୀ ନ ଦେଖି ଫୁଲବାଣୀ ସ୍ଥାନାନ୍ତର କଲେ ଡାକ୍ତର । ମେଡିକାଲ ପରିସରରେ ଅଟୋ ମଧ୍ୟରେ ଦୀର୍ଘ ଏକ ଘଣ୍ଟା କାଳ ପ୍ରସୂତି ଯନ୍ତ୍ରଣାରେ ଛଟପଟ ହେଲେ ପ୍ରସୂତି । ନା ଡାକ୍ତର ଶୁଣିଲେ ନା ଦେଖିବାକୁ ନର୍ସ ଆସିଲେ । ଶେଷରେ ଅଟୋରେ ହିଁ ପ୍ରସବ କଲେ ମହିଳା(woman gives birth in auto) ।

ଦେଖିଲେନି ଡାକ୍ତର, ଅଟୋରେ ପ୍ରସବ କଲେ ପ୍ରସୂତି

ଅଭିଯୋଗ ଅନୁଯାୟୀ, ନିଲୁଙ୍ଗିଆ ଗ୍ରାମର ନଙ୍ଗା ପ୍ରଧାନଙ୍କ ଝିଅ ମଇନା ପ୍ରଧାନଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ମେଡିକାଲ ବାହାରୁ ହିଁ ପ୍ରସୂତିଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ । ଏଥିସହ ରାଇକିଆରୁ ଆମ୍ବୁଲାନ୍ସ ଡାକୁଛି ବୋଲି କହିଥିଲେ । ଦୀର୍ଘ ୧ ଘଣ୍ଟା ବାହାରେ ଅଟୋରେ ବସି ଛଟପଟ ହେବା ପରେ ଶେଷରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଅଟୋରେ ହିଁ ମହିଳା ପ୍ରସବ କରିଥିଲେ ।

ଏନେଇ ଡାକ୍ତରଙ୍କୁ ପଚାରିବାରୁ ଏମିତି କ’ଣ ପ୍ରସବ ହେଉନାହିଁ କି ବୋଲି ସେ ଉତ୍ତର ଦେଇଛନ୍ତି । ଏଥିସହ କାଗଜପତ୍ର ଠିକ୍ ନଥିବା ଯୋଗୁଁ ପ୍ରସୂତିଙ୍କୁ ସ୍ଥାନାନ୍ତର କରାଯାଉଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Jan 8, 2022, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.