ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ଜାଙ୍ଗା କହଁର । ମିଳିଥିବା ସୂଚନା ଅନୁସାରେ ଗୋଛପଡା ଥାନା ତାଂଜିମିର୍କା ଗାଁର ବଦା କହଁରଙ୍କ ପୁଅ ଜାଙ୍ଗା କଡିପାରୀ ୟୁପି ସ୍କୁଲରେ ପଢ଼ିବା ସହ ହଷ୍ଟେଲରେ ରହୁଥିଲେ ।
ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ରବିବାର ରାତିରେ ତାଙ୍କ ଦେହ ଖରାପ ହେଲା । ଜ୍ବର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଗୋଚ୍ଛାପଡା ମେଡିକାଲ ନିଆ ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ହେଲେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ ।
ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଶିର ରାଉତରାୟ କହିଛନ୍ତି ଯେ, "କିଛି ଦିନ ପୂର୍ବରୁ ହଷ୍ଟେଲରେ ସମସ୍ତ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେତେବେଳେ ପିଲାର କିଛି ବାହାରି ନ ଥିଲା । ରବିବାର ରାତିରେ ହଠାତ ଜ୍ବର ହେବାରୁ ତୁରନ୍ତ ମେଡିକାଲ ନେଇ ଚିକିତ୍ସା ସେବା ଯୋଗାଇ ଦେଇଥିଲୁ । କିନ୍ତୁ ଛାତ୍ରଟିର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।"
ଇଟିଭି ଭାରତ,କନ୍ଧମାଳ