ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଘ ଠାରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ ନେଇ ବିରୋଧ । ମହାସିଙ୍ଘ ପଞ୍ଚାୟତବାସୀ ଏନେଇ ପ୍ରବଳ ବିରୋଧ ଆରମ୍ଭ କରିଛନ୍ତି । ମହାସିଙ୍ଘର ଶହେ ଏକର ଜମିରେ ପ୍ରସ୍ତାବିତ କ୍ୟାମ୍ପକୁ ବିରୋଧ କରୁଛନ୍ତି ପଞ୍ଚାୟତବାସୀ।
ଖବର ଅନୁଯାୟୀ, ପଞ୍ଚାୟତର ଏହି ଗୁରୁତ୍ବପୂର୍ଣ୍ଣ ଜମି ନେଇଗଲେ ସେଠାକାର ପଞ୍ଚାୟତବାସୀଙ୍କ ଜୀବନ ଜୀବିକା ବନ୍ଦ ହୋଇଯିବ ବୋଲି ଅଭିଯୋଗ ହୋଇଛି । ଏଠାକାର ବାସିନ୍ଦା ଜଙ୍ଗଲରୁ ମିଳୁଥିବା ମହୁଲ, ଝୁଣା, ଶିଆଳି ପତ୍ର ପ୍ରଭୃତି ସଂଗ୍ରହ କରନ୍ତି ।
ତେଣୁ ଏଠାରେ କ୍ୟାମ୍ପ ପ୍ରତିଷ୍ଠା କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି ସରପଞ୍ଚ । ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଛୁ । ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ବ୍ୟାପକ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ