ଫୁଲବାଣୀ: ଆଜି( ମଙ୍ଗଳବାର) କନ୍ଧମାଳର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଶିବ ଓରଫ ଶ୍ରୀବତ୍ସ ଦିଗାଲକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ।
ଗତ 2014 ମସିହାରେ ଅଭିଯୁକ୍ତ ଜଣେ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଏ ନେଇ ପୀଡିତା ପରିବାର ଲୋକ ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଥିଲା । ମାମଲା ବିଚାର କରିବା ପରେ କୋର୍ଟ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 15 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ