ETV Bharat / state

ଭିଜିଲାନ୍ସ ପଞ୍ଝାରେ ଶ୍ରମ ଅଧିକାରୀ - ଭିଜିଲାନ୍ସ ପଞ୍ଝା କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ । ଭିଜିଲାନ୍ସ ଗିରଫ କରିବା ପୂର୍ବରୁ ଲାଞ୍ଚ ଟଙ୍କା ଗିଳିବାକୁ ଉଦ୍ୟମ କରିଥିଲେ । ଅଧିକ ପଢନ୍ତୁ...

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ଶ୍ରମ ଅଧିକାରୀ
author img

By

Published : Nov 8, 2019, 6:31 AM IST

ଫୁଲବାଣୀ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା । ଜଣେ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ମଞ୍ଜୁର କରାଇଦେବା ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ଶ୍ରମ ଅଧିକାରୀ

ବଡକଥା ହେଉଛି, ଭିଜିଲାନ୍ସ ଟିମ୍‌କୁ ଦେଖି ଟଙ୍କା ଖାଇବାକୁ ଉଦ୍ୟମ କରିଥିଲେ ଅଧିକାରୀ । ଏପରିକି ଭିଜିଲାନ୍ସ ଅଧିକାରୀଙ୍କ ଆଙ୍ଗୁଠିକୁ କାମୁଡି ସେ ରକ୍ତାକ୍ତ କରିଦେଇଥିଲେ । ତେବେ ଭିଜିଲାନ୍ସ ଟିମ୍‌କୁ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଟିକାବାଲିର ବାବୁଜ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପନ୍ଦର ହଜାର ଟଙ୍କା ନେଉଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ଫୁଲବାଣୀ ସ୍ଥିତ ତାଙ୍କ କ୍ବାଟର ଓ କଟକ ସିଡିଏ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି । ଏହି ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ପଡିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ମଞ୍ଜୁର କରାଇଦେବା ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ପହଞ୍ଚି ଅଫିସରୁ ଧରିଥିଲେ। ଲାଞ୍ଚ ଟଙ୍କାକୁ ପରେ ଖାଇବାକୁ ଉଦ୍ଯମ କରିଥିଲେ ଏବଂ ଟଙ୍କା ଜବତ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଆଙ୍ଗୁଠିକୁ ଚୋବେଇ କ୍ଷତାକ୍ତ କରିଛନ୍ତି । ପରେ ତାଙ୍କୁ ଗିରଫ କରାଯାଇଛି। Body:ଟିକାବାଲିର ବାବୁଜ ପ୍ରଧାନଙ୍କ ଠାରୁ ପନ୍ଦର ହଜାର ଟଙ୍କା ନେଉଥିଲେ । ଅଭିଯୋଗକାରୀ ଶ୍ରୀପ୍ରଧାନ ଟିକାବାଲି ବିଶ୍ବକର୍ମା ସଂଘର ସଭାପତି ଅଛନ୍ତି । ଗିରଫ ପରେ ପଚରାଉଚୁରା ଜାରି ରହିଛି। ଦୁଇଟି ଟିମ ଫୁଲବାଣୀ ଅଫିସ ସହିତ କ୍ବାଟର ଏବଂ କଟକ ସିଡିଏରେ ଥିବା ତାଙ୍କ ଘରେ ତଲାସି ଜାରି ରଖିଛନ୍ତି । କିଛି କାଗଜପତ୍ର ଜବତ ହୋଇଛି ଏବଂ ତଲାସି ଜାରି ରହିବ ବୋଲି କହିଛନ୍ତି ଅଧିକାରୀ । Conclusion:ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.