ETV Bharat / state

ବାଘଛାଲ ଚୋରା ଚାଲାଣକାରୀକୁ ଗିରଫ କଲା ବନବିଭାଗ - tiger skin racket

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ସୁଡୁରୁକୁମ୍ପା ଠାରୁ ଗୋଟିଏ ଅଟୋ ସାହାଯ୍ୟରେ କଲରାପତରିଆ ବାଘ ଛାଲ ଚୋରା ଚାଲାଣ ବେଳେ ଜବତ କରିଛି ଫୁଲବାଣୀ ବନବିଭାଗ । ଅଧିକ ପଢନ୍ତୁ...

ବନ ବିଭାଗ ହାତରେ ଚୋରା ଚାଲାଣକାରୀ, ଜଣେ ଗିରଫ
ବନ ବିଭାଗ ହାତରେ ଚୋରା ଚାଲାଣକାରୀ, ଜଣେ ଗିରଫ
author img

By

Published : Oct 23, 2020, 8:38 AM IST

କନ୍ଧମାଳ: କନ୍ଧମାଳରେ ବନ୍ୟଜନ୍ତୁ ଚୋରାଚାଲାଣ । ଦୀର୍ଘଦିନ ପରେ ଚୋରା ଚାଲାଣକାରୀକୁ ଧରିବାରେ ସଫଳ ହୋଇଛି ବନବିଭାଗ । ବର୍ତ୍ତମାନ ସୁଦ୍ଧା ଜଣେ ଶିକାରୀ ସହିତ ବନ୍ଧୁକ ଏବଂ ଅନ୍ୟ ସରଞ୍ଜାମ ଜବତ କରିଛି ବନ ବିଭାଗ ଏବଂ ଜଣେ ଚାଲାଣକାରୀକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି ।

ବନ ବିଭାଗ ହାତରେ ଚୋରା ଚାଲାଣକାରୀ, ଜଣେ ଗିରଫ

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁଡୁରୁକୁମ୍ପା ଠାରୁ ଗୋଟିଏ ଅଟୋ ସାହାଯ୍ୟରେ କଲରାପତରିଆ ବାଘ ଛାଲ ଚୋରାଚାଲାଣବେଳେ ଜବତ କରିଛି ଫୁଲବାଣୀ ବନବିଭାଗ । ବୁଧବାର ବିଳମ୍ବିତ ରାତିରେ ସୁଡୁରୁକୁମ୍ପାର ମାଲିକ୍ ପଡ଼l ଗ୍ରାମରୁ ଗୋଟଏ ଅଟୋ ସାହାଯ୍ୟରେ କଲରାପତରିଆ ବାଘ ଛାଲ ଚୋରା ଚାଲାଣ ହଉଥିବାବେଳେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ସେହି ଅଟୋକୁ ଜବତ କରିଥିଲେ ।

ସେହି ଅଟୋରୁ ଗୋଟଏ କଲରାପତରିଆ ବାଘ ଛାଲ ମିଳିଥିଲା । ତାକୁ ଆଧାର କରି ଫୁଲବାଣୀ ବନ ଖଣ୍ଡ ଅଧିକାରୀ ମାମଲା ରୁଜୁ କରି ଅଟୋ ସହ ଅଟୋ ଚାଳକ ଅର୍ଜୁନ ଗଣ୍ଡାକୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି । ତେବେ ଚୋରାଚାଲାଣ ବାହାର ରାଜ୍ୟକୁ ଲିଙ୍କ୍ ଥିବା କହିଛନ୍ତି ଫୁଲବାଣୀ ରେଞ୍ଜର ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.