ETV Bharat / state

ପୂର୍ଣ୍ଣମାସୀ ଜାନିଙ୍କୁ ଭେଟିଲେ କନ୍ଧମାଳ ବିଜେପି ସଭାପତି

author img

By

Published : Jan 27, 2021, 4:56 PM IST

କନ୍ଧମାଳର ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଗାଁରେ ଖୁସି ଆନନ୍ଦର ମାହୋଲ୍ । ଆଜି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

padmasri purnamasi jani
ସମସ୍ତେ ଚାରିପଡ଼ା ମୁହାଁ, ପୂର୍ଣ୍ଣମାସି ଜାନିଙ୍କୁ ଭେଟିଲେ କନ୍ଧମାଳ ବିଜେପି ସଭାପତି

ଫୁଲବାଣୀ: ନିରକ୍ଷର ହୋଇ ମଧ୍ୟ ଭଜନରେ ନିପୁଣା । ଲକ୍ଷାଧିକ ଭଜନ ଜଣାଣର ସ୍ରଷ୍ଟା କନ୍ଧମାଳର ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଗାଁରେ ଖୁସି ଆନନ୍ଦର ମାହୋଲ୍ । ଗାଁକୁ ଧାଉଛନ୍ତି ଜିଲ୍ଲା ଓ ଜିଲ୍ଲା ବାହାରର ନେତା ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତି ପହଞ୍ଚି ଶୁଭେଚ୍ଛା ଜଣାଉଛନ୍ତି ।

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ କନ୍ଧମାଳର ଚାରିପଡା ଗାଁକୁ ଲୋକଙ୍କ ସୁଅ ଛୁଟୁଛି । ଟାଡ଼ିସରୁ ବାଇ ଭାବେ ପରିଚିତ ପୂପୂର୍ଣ୍ଣମାସୀ ଜାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ସାରା ଜିଲ୍ଲାରେ ଏକ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଳା ବିଜେପି ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମଧ୍ୟ ଗାଁରେ ପହଞ୍ଚି ଶୁଭେଚ୍ଛା ଜଣାଇଛି । ନିପଟ ମଫସଲର ପ୍ରତିଭାଙ୍କୁ ଚିହ୍ନିଲେ କେନ୍ଦ୍ରର ମୋଦି ସରକାର ବୋଲି କହିବା ସହ ଧନ୍ୟବାଦ ଦେଇଛନ୍ତି । ବିଜେପି ସମେତ ଅନ୍ୟ ଅନେକ ଦଳ ସମେତ ବରିଷ୍ଠ ଲୋକେ ଟାଡିସରୁ ବାଇଙ୍କୁ ଭେଟି ସମ୍ବର୍ଦ୍ଧନା ଦେଇଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.