ETV Bharat / state

ଯୁବତୀ ସହ ଯବାନଙ୍କ ପ୍ରେମ ଓ ପ୍ରତାରଣା, ବାନ୍ଧିଲା ପୋଲିସ - କନ୍ଧମାଳ

ପ୍ରେମ ସମ୍ପର୍କ ରଖି ପ୍ରତାରଣା କରିଥିବା ଏସଓଜି ଯବାନଙ୍କୁ ଶେଷରେ ବାନ୍ଧିଛି ପୋଲିସ । କନ୍ଧମାଳ ପୋଲିସର ଏକ ଟିମ୍ ତାଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ...

jawan-arrested-at-kandamala
jawan-arrested-at-kandamala
author img

By

Published : Feb 21, 2020, 9:20 PM IST

କନ୍ଧମାଳ: ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ପ୍ରତାରଣା କରିଥିବା ଏସଓଜି ଯବାନଙ୍କୁ ଶେଷରେ ବାନ୍ଧିଛି ପୋଲିସ । ଫିରିଙ୍ଗିଆ ଅଞ୍ଚଳର ଜଣେ ଦଳିତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଧୋକା ଦେବା ମାମଲାରେ ପୋଲିସ ଯବାନ ଦେବରାଜ କର୍ଣ୍ଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦେଇଛି ପୋଲିସ।

ଯୁବତୀ ସହ ଯବାନର ପ୍ରେମ ଓ ପ୍ରତାରଣା: ଶେଷରେ ବାନ୍ଧିଲା ପୋଲିସ

ଅଭିଯୁକ୍ତ ଯବାନଙ୍କ ଘର ସୂବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ହୋଇଥିବାବେଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ କ୍ୟାମ୍ପରେ ସେ ନିଯୁକ୍ତ ପାଇଥିଲେ । ସେଠାରେ ସ୍ଥାନୀୟ ଜଣେ ଅନୂସୁଚିତ ଜାତି ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଓ ପରେ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ ଯବାନ ଜଣଙ୍କ ଚାକିରୀ ବଦଳି ହେବା ପରେ ସେ ପ୍ରତାରଣା କରିଥିଲେ ବୋଲି ଅଭିଯୋଗ କରିଥିଲେ ଯୁବତୀ ।

ଏତିକିରେ ସରିନାହିଁ ଘଟଣା, ମାମଲାକୁ ରଫାଦଫା କରିବା ପାଇଁ ଜଣେ ମନ୍ତ୍ରୀଙ୍କ ଭାଇ ତାଙ୍କୁ ଚାପ ପକାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଓ ଏସପି ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଦିଗରୁ ଚାପ ପଡ଼ିବା ପରେ ପୋଲିସର ଏକ ଟିମ ଅଭିଯୁକ୍ତ ଯବାନ ଜଣଙ୍କୁ ଗିରଫ କରିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.