ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଅନ୍ତ ଘଟୁନି ରୋଗୀଙ୍କ ଯନ୍ତ୍ରଣା । ପୁଣି ଖଟିଆରେ ବୁହା ହେଲେ ଆଉ ଜଣେ ରୋଗୀ । ରାସ୍ତା ନଥିବାରୁ 5 କିଲୋମିଟର ଖଟିଆରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତରେ ।
ମୁଣ୍ଡ୍ରୁମାସ୍କା ଗାଁର କାମିନୀ ମଲ୍ଲିକଙ୍କ ଦେହ ଭିଷଣ ଖରାପ ହେବା ପରେ ଆମ୍ବୁଲାନ୍ସକୁ ସୂଚନା ଦିଆଗଲା । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ପରେ ବାଧ୍ୟ ହୋଇ ଗାଁ ଲୋକେ ଖଟିଆରେ ଆଣିଥିଲେ କାମିନୀଙ୍କୁ । ଜିଲ୍ଲାର ଅନେକ ଗାଁରେ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ ଓ ଅସଂଖ୍ୟ ଲୋକେ । ଏହାର କେବେ ସମାଧାନ ବାହାରିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ