ETV Bharat / state

14 ବର୍ଷର ସମ୍ପର୍କ 14 ମିନିଟରେ ଶେଷ, ସ୍ତ୍ରୀକୁ ହତ୍ୟା ଉଦ୍ୟମ - ସ୍ବାମୀ

ରାଇକିଆ ମଣ୍ଡାସରୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ରାଗରେ ହିତାହିତ ଜ୍ଞାନ ଭୁଲି ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଛି ସ୍ବାମୀ ପ୍ରମୋଦ ନାୟକ। ଫଳରେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସ୍ତ୍ରୀ ଅଞ୍ଜଳି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 5, 2019, 12:41 PM IST

ଫୁଲବାଣୀ: ରାଇକିଆ ମଣ୍ଡାସରୁ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ କିରାସିନ ଢାଳି ପୋଡିବା ସହ ହତ୍ୟା ଉଦ୍ୟମ କରିଛି ସ୍ବାମୀ । ଫଳରେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସ୍ତ୍ରୀ ଅଞ୍ଜଳି । ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁଯାୟୀ ମଙ୍ଗଳବାର ମଣ୍ଡାସରୁ ମିସିନାରୀ ସ୍କୁଲର ଶିକ୍ଷୟିତ୍ରୀ ଥିବା ଅଞ୍ଜଳିଙ୍କ ଉପରେ କିରାସିନି ଢାଳି ସ୍ବାମୀ ପ୍ରମୋଦ ନାୟକ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ଏଥିରେ ଅଞ୍ଜଳିଙ୍କ ଶରୀରର 60 ପ୍ରତିଶତରୁ ଅଧିକ ଅଂଶ ପୋଡିଯାଇଥିବା ଜଣାପଡିଛି । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ଅଞ୍ଜଳିଙ୍କୁ ରାଇକିଆ ମେଡିକାଲ ଏବଂ ପରେ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଘଟଣାରେ କିଛି କାମ କରୁ ନଥିବା ପ୍ରମୋଦ ନିଜ ରୋଜଗାରିଆ ଝିଅକୁ ମାରିବାର ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଜଳିଙ୍କ ପରିବାର ଲୋକେ । ସୂଚନା ଅନୁଯାୟୀ 14 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଅଞ୍ଜଳି ଓ ପ୍ରମୋଦ । ହେଲେ ଅଧିକାଂଶ ସମୟରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାରପିଟ୍‌ ଓ ଗଣ୍ଡଗୋଳ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ଗତ ଦଶ ଦିନ ତଳେ ଏପରି ଗଣ୍ଡଗୋଳ ହେବାରୁ ଭଉଣୀ ରୀନାଙ୍କ ଗାଁ ସୁଗୁରଡାବାଡିକୁ ଯାଇଥିଲେ ଅଞ୍ଜଳି ।

ସେଠାରେ ବୁଝାସୁଝା କରି କ୍ଷମା ମାଗିବା ସହିତ ଝିଅର ଦେହ ଖରାପ କଥା କହି ପ୍ରମୋଦ ପୁଣି ସାଥୀରେ ନେଇ ଆସିଥିଲେ ଅଞ୍ଜଳିଙ୍କୁ । ହେଲେ ମଙ୍ଗଳବାର ସମସ୍ତ ବର୍ବରତାର ସୀମା ଟପିଯାଇଥିବା କହିଛନ୍ତି ଅଞ୍ଜଳିଙ୍କ ପରିବାର । ଯାହାର ଉତ୍ତରରେ ଏହା ଅଞ୍ଜଳି ନିଜେ କରିଥିବା କହିଛନ୍ତି ସ୍ବାମୀ ପ୍ରମୋଦ ।

ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇବା ପରେ ପୋଲିସ ମୃତ୍ୟୁକାଳୀନ ଜମାନବନ୍ଦୀରେ ସ୍ବାମୀ ପ୍ରମୋଦ ହିଁ ଏପରି କରିଛି ବୋଲି କହିଛନ୍ତି ଅଞ୍ଜଳି । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଡାକ୍ତର । ତେଣେ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ଭୁବନେଶ୍ୱର:ମାସେ ପୂର୍ବେ ଆସିଥିବା ବାତ୍ୟା ଫନି ଯୋଗୁଁ ରାଜ୍ୟରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରୁ ବସ୍ତିବାସିନ୍ଦାମାନେ ବର୍ତି ନାହାନ୍ତି।କିନ୍ତୁ ସରକାର ଙ୍କ ତ୍ରୁଟିପୂର୍ଣ୍ଣ ରିଲିଫ ଯୋଗାଣ ନୀତି ଯୋଗୁଁ ଅନେକ ବସ୍ତିବାସିନ୍ଦା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।
     ପାଖାପାଖି 5 ଲକ୍ଷ 8ହଜାର467 ପରିବାର ଘରଭଙ୍ଗାର ଶିକାର ହୋଇଥିବା ବେଳେ ରିଲିଫ କୋଡ଼ ର ବାହାନା କରି ଜମି ପଟ୍ଟା ନଥିବା 4ଲକ୍ଷ ପରିବାରଙ୍କୁ ସେଥିରୁ ବଞ୍ଚିତ କରାଯାଇଛି।ଫଳରେ ସେମାନେ ଖରା ଓ ବର୍ଷାରେ ବହୁ ହୀନିମାନ ହେଉଥିବ ଅଭିଯୋଗ କରି ରାଜରାସ୍ତାକୁ ଓଲ୍ଲାଇଛନ୍ତି।ତେଣୁ ବସ୍ତି ସୁରକ୍ଷା ମଞ୍ଚ ର ମାର୍ଗଦର୍ଶନ ରେ ଆଜି ଶତାଧିକ ବସ୍ତିବାସିନ୍ଦା ଭୁବନେଶ୍ୱର ରେଳ ଷ୍ଟେସନ ରୁ ଗାନ୍ଧିମାର୍ଗ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଶୋଭାଯାତ୍ରା କରି ସରକାରଙ୍କ ସେମାନଙ୍କ 13ଦଫାଦାବି ଯଥାଶୀଘ୍ର ପୁରାଣ କରିବା ପାଇଁ ଦାବି ଜଣାଇଛନ୍ତି।ମଂଚର ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ କଟକ,ପୁରୀ ଓ ଭୁବନେଶ୍ୱର ର ଶତାଧିକ ବସ୍ତିବାସିନ୍ଦା, ଦଳିତ,ଆଦିବାସୀ ଓ ମତ୍ସ୍ୟଜୀବୀ ଯୋଗ ଦେଇ ରିଲିଫ କୋଡ଼ ରେ ସଂଶୋଧନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ ସହ ବାତ୍ୟା ବନ୍ୟା ନିରୋଧୀ ପକ୍କା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି।ସରକାର ଯଦି ଏ ଦିଗରେ ଉଚିତ ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି।
Laxmikanta Das
Bhubaneswar
Visual already sent by mojo
Byte-Pramila behera-Genral secretary-Basti surakhy mancha
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.