ETV Bharat / state

କଟକଣା ସହ ରଙ୍ଗର ପର୍ବ ପାଳିଲେ କଳାହାଣ୍ଡିବାସୀ - covid guidelines in kalahandi

ଗୋଟିଏ ପଟେ ହୋଲିର ଉତ୍ସାହ ଅନ୍ୟପଟେ କୋରୋନାର ଭୟ । ଏଭଳି ଦୋଛକି ଭିତରେ ପାରମ୍ପରିକ ରୀତିରେ ସାରା ଭବାନୀପାଟଣା ସହରରେ ମଧ୍ୟ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି। ଅଧିକ ପଢନ୍ତୁ...

କଟକଣା ଭିତରେ ହୋଲି ପାଳିଲେ କଳାହାଣ୍ଡିବାସୀ
କଟକଣା ଭିତରେ ହୋଲି ପାଳିଲେ କଳାହାଣ୍ଡିବାସୀ
author img

By

Published : Mar 29, 2021, 2:08 PM IST

ଭବାନୀପାଟଣା: ଆସିଛି ରଙ୍ଗର ପର୍ବ ହୋଲି। ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସାହର ଧୁମ। ହୋଲି ରଙ୍ଗରେ ରଙ୍ଗେଇ ହେଲେ କଳାହାଣ୍ଡିବାସୀ। ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳୁଛନ୍ତି ଲୋକ । ହେଲେ କୋରୋନା ଭାଇରସ ଭୟ ପାଇଁ ଫିକା ପଡିଛି ହୋଲିର ମାହୋଲ।

କଟକଣା ଭିତରେ ହୋଲି ପାଳିଲେ କଳାହାଣ୍ଡିବାସୀ

ତଥାପି ରଙ୍ଗର ପର୍ବ ହୋଲିକୁ ବେଶ ଉତ୍ସାହରେ ପାଳନ କରାଯାଇଛି। ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ଜିଲ୍ଲାବାସୀ। ଗୋଟିଏ ପଟେ ହୋଲିର ଉତ୍ସାହ ଅନ୍ୟପଟେ କୋରୋନାର ଭୟ । ଏଭଳି ଦୋଛକି ଭିତରେ ପାରମ୍ପରିକ ରୀତିରେ ସାରା ଭବାନୀପାଟଣା ସହରରେ ମଧ୍ୟ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି।

କୋରୋନା ଭାଇରସ ନେଇ ଲୋକେ ସଚେତନ ଥିବାରୁ ହୋଲି ଖେଳରୁ ଦୂରେଇ ରହିଛନ୍ତି। ମାତ୍ର ବର୍ଷକୁ ଥରେ ଆସିଥିବା ହୋଲି ଉତ୍ସବକୁ ନେଇ ବେଶ ଉତ୍ସାହିତ ଯୁବପିଢୀ । କଳାହାଣ୍ଡି ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିବାବେଳେ ୩ ଦିନ ମଧ୍ୟରେ ୬୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଲି ପାଇଁ କଟକଣା ଜାରି କରାଯାଇ ଥିବାବେଳେ ରାସ୍ତା ଘାଟ ଶୂୂନଶାନ ରହିଛି। ଲୋକେ ନିଜ ନିଜ ଘରେ ରହି ରଙ୍ଗର ପର୍ବକୁ ପାଳନ କରୁଥିବା ଦେଖିବାକୁ ମିକିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.