ETV Bharat / state

ବର୍ଷାରେ ବେହାଲ କନ୍ଧମାଳ, ଏକାଧିକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ - ବର୍ଷାରେ ବେହାଲ କନ୍ଧମାଳ

କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ପ୍ରଭାହିତ ହେଉଛି । ଅଧିକ ପଢନ୍ତୁ

ବର୍ଷାରେ ବେହାଲ କନ୍ଧମାଳ: ଏକାଧିକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 17, 2022, 7:20 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ପ୍ରଭାହିତ ହେଉଛି । ସମସ୍ତ ନଦୀ ଫୁଲି ଉଠିଛି । ଏପରିକି କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫୁଲବାଣୀରେ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଡାକପାଲା, ଦାମିଗାଁ, ନୁଆରୀପଦର ଓ ଆଲାମି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏେଁ ଲେଖାଏଁ ପାଣି ଚାଲିଛି ।

ବର୍ଷାରେ ବେହାଲ କନ୍ଧମାଳ: ଏକାଧିକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀରେ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ମଧ୍ୟ ଭୁଷୁଡି ଯାଇଛି । ଫୁଲବାଣୀ ସହର ସମେତ ଲଗାଣ ବର୍ଷାରେ କେତେକ ସ୍ଥାନରେ କଚାଘର ଭାଙ୍ଗି ପଡିଛି । ସେହିପରି ବାଲିଗୁଡା ବସଷ୍ଟାଣ୍ଡ ନିକଟ ନୂତନ ଭାବେ ପୋଖରୀ ପାଇଁ ନିର୍ମାଣ ହୋଇଥିବା ପାଚେରି ଭାଙ୍ଗି ଯାଇଛି । ଖଜୁରୀପଡା ବ୍ଲକର ବାରିକୁମ୍ପାରେ ପ୍ରବଳ ବର୍ଷା ଯୋଗୁଁ କେନାଲ ପାଣି ତଳ ସାହିରେ ପଶିଥିବାବେଳେ, ଜମିକୁ ମଧ୍ୟ ପାଣି ମାଡିଯାଇଛି ।

ସେପଟେ, କେତେ ସ୍କୁଲ ଗୃହ କ୍ଷୟକ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କରି କ୍ଷତିପୁରଣ ରିପୋର୍ଟ ଦେବାକୁ ରାଜସ୍ବ ଅଧିକାରୀମାନଙ୍କୁ ମଧ୍ୟ କୁହାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.