ETV Bharat / state

ଛାତରୁ ଡେଇଁ ଖସିବା ବେଳେ ଗଞ୍ଜେଇ ଚୋରାଚାଲାଣକାରୀ ଗୁରୁତର

author img

By

Published : Nov 14, 2021, 7:26 AM IST

କନ୍ଧମାଳ ଅବକାରୀ ବିଭାଗ ହେପାଜତରେ ଥିବା ଗଞ୍ଜେଇ ଚୋରା ଚାଲାଣକାରୀ ଛାତରୁ ଡେଇଁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଗୁରୁତର । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରରୁକୁ ସ୍ଥାନାନ୍ତର କରାଯାଇଛି l ଅଧିକ ପଢନ୍ତୁ...

ଛାତରୁ ଡେଇଁ ଗଞ୍ଜେଇ ଚୋରା ଚାଲାଣକାରୀ ଗୁରୁତର
ଛାତରୁ ଡେଇଁ ଗଞ୍ଜେଇ ଚୋରା ଚାଲାଣକାରୀ ଗୁରୁତର

ଫୁଲବାଣୀ: ଅବକାରୀ ବିଭାଗ ହେପାଜତରେ ଥିବା ଗଞ୍ଜେଇ ଚୋରା ଚାଲାଣକାରୀ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ସୂଚନା । ତାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରରୁକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଅଭିଯୁକ୍ତ ହେଲେ ଅମିତ କୁମାର ନାୟକ।

ଛାତରୁ ଡେଇଁ ଗଞ୍ଜେଇ ଚୋରା ଚାଲାଣକାରୀ ଗୁରୁତର

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ଦ୍ବାରା ଶନିବାର ଫିରିଙ୍ଗିଆ ଅଞ୍ଚଳର ଜଣେ ୫ କିଲୋ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ଅମିତ ନାୟକ ନାମକ ଯୁବକକୁ ଗିରଫ କରି ପଚରାଉଚରା କରୁଥିଲା ଅବକାରୀ ବିଭାଗ । ଘର ଲୋକଙ୍କ ସହ କଥା ହେବି କହି ଛାତ ଉପରକୁ ଯାଇ ଚମ୍ପଟ ମାରିବା ଉଦ୍ଦେଶ୍ଯରେ ଛାତ ଉପରୁ ଡେଇଁ ପଡ଼ିଥିଲା । ଫଳରେ ତାର ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ତାକୁ ପ୍ରଥମେ ଫୁଲବାଣୀ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବ୍ରହ୍ମପୁର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଛାତ ଉପରକୁ ଏକୁଟିଆ ଯିବା ପାଇଁ କେମିତି ଦିଆଗଲା ଓ କିଏ ଆଦେଶ ଦେଲା ତାକୁ ନେଇ ଆଲୋଚନା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.