ETV Bharat / state

1 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୩ ଗିରଫ - କନ୍ଧମାଳ ଖବର

ଫୁଲବାଣୀରୁ ପ୍ରାୟ 1 କ୍ବିଣ୍ଟାଲ 25 କେଜିର ଗଞ୍ଜେଇ ଜବତ । ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

1 କ୍ବିଣ୍ଟାଲରୁ ଉର୍ଦ୍ଦ୍ବ ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Feb 26, 2022, 8:49 PM IST

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ପ୍ରାୟ 1 କ୍ବିଣ୍ଟାଲ 25 କେଜିର ଗଞ୍ଜେଇ ଓ ଗାଡି ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

1 କ୍ବିଣ୍ଟାଲରୁ ଉର୍ଦ୍ଦ୍ବ ଗଞ୍ଜେଇ ଜବତ, ୩ ଗିରଫ

ଏହାବି ପଢନ୍ତୁ : Russia Ukraine war: ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଲା ହଙ୍ଗେରୀ

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରୁ ବୋଲେରୋ ଗାଡ଼ିରେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏ ନେଇ ଖବର ପାଇ ସାଧନା ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ଅଞ୍ଚଳର ରଞ୍ଜନ ଦିଗାଲ, ଶରତ କଂହର ଓ ବାଲିଗୁଡାର ସୋମ୍ୟରଞ୍ଜନ ପ୍ରଧାନ ବୋଲି ଅବକାରୀ ବିଭାଗ କହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.