କନ୍ଧମାଳ: ସରକାରୀ ମେଡିକାଲ କଲେଜ ସ୍ଥାପନ, ରେଳ ସଂଯୋଗ ଓ ଜମିପଟ୍ଟା ପ୍ରଦାନ ଦାବିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଗଣଧାରଣା ଆରମ୍ଭ ହୋଇଛି। ଗଣ ସଂଗଠନ କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଏହି ଗଣଧାରଣା ଦିଆଯାଇଥିଲା ।
ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ଖୁବଶୀଘ୍ର ଦାବୀ ପୂରଣ ନହେଲେ ଆଗକୁ ଏପରି ଗଣ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଆନ୍ଦୋଳନକାରୀଙ୍କ ସହ ଅଧିକ ଆଲୋଚା କରିଥିଲେ ଆମ କନ୍ଧମାଳ ପ୍ରତିନିଧି ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ ।