ETV Bharat / state

ଫୁଲବାଣୀରେ ଜୁଆ ଆଡ୍ଡାରେ ଚଢ଼ାଉ, 11 ଗିରଫ

author img

By

Published : Oct 9, 2019, 2:52 AM IST

ଫୁଲବାଣୀ ନଦୀଖଣ୍ଡି ସାହିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି 11 ଜଣଙ୍କୁ ଗିରଫ କରିଛି ଫୁଲବାଣୀ ପୋଲିସ ।

ଫୁଲବାଣୀ ଜୁଆ ଆଡ୍ଡାରେ ଚଢ଼ାଉ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାର୍ବଣ ମାହୋଲ ଥିବା ବେଳେ ଜୁଆ ଖେଳ ପରମ୍ପରା ନାଁରେ ଅନେକ ସ୍ଥାନରେ ଜୁଆ ଆଡ୍ଡା ଚାଲୁଛି । ସେଥିପାଇଁ ଜିଲ୍ଲା ପୋଲିସ ଆରମ୍ଭ କରିଛି ଚଢ଼ାଉ । ଫୁଲବାଣୀ ନଦୀଖଣ୍ଡି ସାହିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି 11 ଜଣଙ୍କୁ ଗିରଫ କରିଛି ଫୁଲବାଣୀ ପୋଲିସ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଏହି ଜୁଆ ଆଡ୍ଡାରୁ 63 ହଜାରରୁ ଊର୍ଦ୍ଧ୍ବ ଟଙ୍କା , 3ଟି କାର ଓ ଗୋଟିଏ ମୋଟର ସାଇକେଲ ସହ ସାତଟି ମୋବାଇଲ ଜବତ କରଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ତେବେ ଅଭିଯୁକ୍ତମାନେ ହେଲେ ପ୍ରମୋଦ ପ୍ରଧାନ, ସନ୍ନ୍ୟାସୀ ପ୍ରଧାନ, ଗିରିଷ ଚନ୍ଦ୍ର ସାହୁ, ବିଜୟ ସାହୁ ଶଙ୍କର ସାହୁ, ଜଗନ୍ନାଥ ପ୍ରସାଦ, ଉମାଚରଣ ପ୍ରଧାନ, ଶଙ୍କର ବିନ୍ଧାଣି, ସନ୍ତୋଷ କୁମାର ପଣ୍ଡା, ପ୍ରସନ୍ନ ପୃଷ୍ଟି, ବ୍ରଜରାଜ ସାହୁ ଓ ସନ୍ତୋଷ ପାତ୍ର । ଟାଉନ ଥାନାରେ 146/2019ରେ ମାମଲା ରୁଜୁ ହୋଇଥିବା ବେଳେ ଏପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ପାର୍ବଣର ମାହୋଲ ବେଳେ ଚାଲୁଛି ପ୍ରବଳ ଜୁଆ ଖେଳ। ପରମ୍ପରା ନାଁରେ ଅନେକ ସ୍ଥାନରେ ଜୁଆ ଆଡ୍ଡା ଚାଲୁଛି। ସେଥିପାଇଁ ଜିଲ୍ଲା ପୋଲିସ ଆରମ୍ଭ କରିଛି ଚଢ଼ାଉ। ଫୁଲବାଣୀ ନଦିଖଣ୍ଡି ସାହିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଏଗାର ଜଣଙ୍କୁ ଗିରଫ କରିଛି ପୋଲିସ। କନ୍ଧମାଳ ଓ ଗଂଜାମ ଜିଲ୍ଲାର ଏହି ଜୁଆଡ଼ି ମାନଙ୍କ ଠାରୁ ତଥା ଜୁଆ ଆଡ୍ଡାରୁ 63400 ଟଙ୍କା ,ଦୁଇଟି କାର,ଗୋଟିଏ ବୋଲେରୋ ଓ ଗୋଟିଏ ମଟର ସାଇକଲ,ଚାର୍ଜଡ଼ ଲାଇଟ,ତାରପାଳିନ,ସାତଟି ମୋବାଇଲ,5ଟି କାର୍ଡ ପ୍ୟାକେଟ,ପ୍ରବେଶ ପାଇଁ ଥିବା ଷ୍ଟିଲ ବକ୍ସରୁ 4400 ଟଙ୍କା ଜବତ କରିଛି ପୋଲିସ।

Body:ଗିରଫମାନେ ହେଲେ ଗଂଜାମ ଭଞ୍ଜନଗର ଥାନା ଅନ୍ତର୍ଗତ ଠେଙ୍ଗାଧାର ଗାଁର ପ୍ରମୋଦ ପ୍ରଧାନ,ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଦାର ସନ୍ୟାସୀ ପ୍ରଧାନ,ତାରସିଂ ଷୋମନାବନ୍ଧର ଗିରିଷ ଚନ୍ଦ୍ର ସାହୁ,ପୋଲସରା ମିଲ ସାହିର ବିଜୟ ସାହୁ ଓ ଶୋଆକ ଗାଁର ଶଙ୍କର ସାହୁ,ଜଗନ୍ନାଥପ୍ରସାଦ ହରିଶଙ୍କରପୁରର ଉମାଚରଣ ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟ ସାହିର ଶଙ୍କର ବିନ୍ଧାଣି ଓ ଦଣ୍ଡପଦରର ସନ୍ତୋଷ କୁମାର ପଣ୍ଡା,ଟିକାବାଲି କୁଡୁତେନ୍ତୁଳିର ପ୍ରସନ୍ନ ପୃଷ୍ଟି,,ଫୁଲବାଣୀ କେନ୍ଦୁପଦରର ବ୍ରଜରାଜ ସାହୁ ଓ ଅମଲା ପଡାର ସନ୍ତୋଷ ପାତ୍ର । ଟାଉନ ଥାନାରେ 146/2019ରେ ମାମଲା ରୁଜୁ ହୋଇଥିବା ବେଳେ ଏପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।
ପିଟିସି ସଦାଶିବ ପାତ୍ର, ଈଟିଭି ପ୍ରତିନିଧି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.