ETV Bharat / state

କାର୍ଯ୍ୟରେ ଅବହେଳା, ୪ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଲମ୍ବିତ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଲମ୍ବିତ । ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Nov 15, 2022, 9:18 AM IST

କାର୍ଯ୍ୟରେ ଅବହେଳା, ୪ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଲମ୍ବିତ
କାର୍ଯ୍ୟରେ ଅବହେଳା, ୪ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଲମ୍ବିତ

ଫୁଲବାଣୀ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ ଶିକ୍ଷକ ଶିକ୍ଷୟତ୍ରୀ ନିଲମ୍ବିତ । ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ୪ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିକ୍ଷକ ଓ ଦୁଇଜଣ ଶିକ୍ଷୟତ୍ରୀ ରହିଛନ୍ତି । ସ୍କୁଲ ଛୁଟି ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରୁ ପଳାଇଯାଉଥିବାବେଳେ ଏହି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଧରାପଡ଼ିଥିଲେ । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ଅକ୍ଟୋବର ୩୧ ତାରିଖରେ ଫୁଲବାଣୀ ଅତିରିକ୍ତ ତହସିଲ୍‌ଦାର କୃଷ୍ଣଚନ୍ଦ୍ର ନାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ପ୍ରମୁଖ ସଦଳବଳେ ସାର୍ଗୁଡ଼ା ଠାରେ ରହି ଯାଞ୍ଚ କରିଥିଲେ ।

ସେହିଭଳି ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା ତିଲକପଡ଼ା ଛକଠରେ ୪ଟା ବେଳେ ପହଞ୍ଚି ନିର୍ଦ୍ଧାରିତ ସମୟ ପୂର୍ବରୁ ଯେଉଁ ସବୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯାଉଥିଲେ ସେମାନଙ୍କୁ ଅଟକାଇ ରଖିଥିଲେ । ସ୍କୁଲ ଦୂରତାକୁ ଭିତ୍ତିକରି ଅନୁସନ୍ଧାନ ପରେ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଛୁଟି ସମୟର ବହୁ ପୂର୍ବରୁ ସ୍କୁଲ ଛାଡ଼ି ଆସିଥିବା ଜଣାପଡ଼ିଥିଲା ।

ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ବ୍ଲକ ଶିକ୍ଷା ଅଧିକାରୀ ଉପରୋକ୍ତ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.