ETV Bharat / state

ଜଙ୍ଗଲ ସଂରକ୍ଷଣ ଆଇନ 1980ର ସଂଶୋଧନ ପ୍ରସ୍ତାବକୁ ବିରୋଧ - ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦

ଜଙ୍ଗଲ ସଂରକ୍ଷଣ ଆଇନ 1980ର ସଂଶୋଧନ ପ୍ରସ୍ତାବକୁ ବିରୋଧ କରାଯାଇଛି । ଏନେଇ ପ୍ରତିବାଦ କରିଛି ବନବାସୀ ସୁରକ୍ଷା ପରିଷଦ । ଅଧିକ ପଢନ୍ତୁ

ଜଙ୍ଗଲ ସଂରକ୍ଷଣ ଆଇନ 1980 ର ସଂଶୋଧନ ପ୍ରସ୍ତାବ କୁ ବିରୋଧ

author img

By

Published : Nov 25, 2021, 10:35 PM IST

ଫୁଲବାଣୀ : ଜଙ୍ଗଲ ସଂରକ୍ଷଣ ଆଇନ 1980ର ସଂଶୋଧନ ପ୍ରସ୍ତାବକୁ ବିରୋଧ କରାଯାଇଛି । ପରିବେଶ ଧ୍ଵଂସକାରୀ, ଜନବିରୋଧୀ ତଥା ପୁଞ୍ଜିପତି ସପକ୍ଷରେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦କୁ ସଂଶୋଧନ କରାଯାଉଛି ବୋଲି ବନବାସୀ ସୁରକ୍ଷା ପରିଷଦ ଅଭିଯୋଗ କରିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ଜଙ୍ଗଲ ସଂରକ୍ଷଣ ଆଇନ 1980ର ସଂଶୋଧନ ପ୍ରସ୍ତାବ ବାତିଲ କରିବା ପାଇଁ ଦାବି କରିଛି ପରିଷଦ । ବନବାସୀଙ୍କୁ ଜଳ, ଜଙ୍ଗଲ ଓ ଜମିରୁ ବିସ୍ଥାପିତ କରିବା ସହ ଗ୍ରାମସଭାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି ।

ଜଙ୍ଗଲ ସଂରକ୍ଷଣ ଆଇନ 1980 ର ସଂଶୋଧନ ପ୍ରସ୍ତାବ କୁ ବିରୋଧ

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆୟୋଜିତ ବିକ୍ଷୋଭରେ ବିଭିନ୍ନ ଆଦିବାସୀ ନେତୃମଣ୍ଡଳ ଅଭିଯୋଗ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ଭୟଙ୍କର ସମସ୍ୟାର ସମାଧାନର ପାଇଁ ପ୍ରାକୃତିକ ସମ୍ବଳ ଦିଗହରା ଓ ମନମୁଖୀ ଶାସନ ପାଇଁ ଦେଶର ପ୍ରାକୃତିକ ପରିବେଶ ଓ ସଭ୍ୟତା ପ୍ରତି ବିପଦ ମାଡି ଚାଲିଛି । ଏଥିପାଇଁ ପ୍ରାକୃତିକ ସମ୍ବଳକୁ ଦେଶର ଭବିଷ୍ୟତ ପାଇଁ ସୁରକ୍ଷିତ କରି ଓ ନିରନ୍ତର ଉପଯୋଗ ପାଇଁ ରାଷ୍ଟ୍ର ଆଇନ ପ୍ରଣୟନ କରାଯାଉ ବୋଲି କହିଛନ୍ତି ବନବାସୀ ସୁରକ୍ଷା ପରିଷଦର ଆବାହକ ଶରତ ମଲ୍ଲିକ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.