ଫୁଲବାଣୀ : କନ୍ଧମାଳରେ ଲୁଟେରାଙ୍କ ଆତଙ୍କ । 220 ପଲସର ବାଇକ୍ ଲୁଟେରାଙ୍କ ଆତଙ୍କରେ ଆତଙ୍କିତ ଲୋକେ। ଚାରି ଦିନରେ ତୃତୀୟ ଘଟଣା ଘଟିଛି । ଦିନ ବେଳେ ଚଳଚଞ୍ଚଳ ମୂଖ୍ୟ ରାସ୍ତା ତାହା ପୁଣି କୋର୍ଟ ଛକରୁ ଲୁଟ ହୋଇଛି । ପାଞ୍ଚ ଲକ୍ଷ ଟଙ୍କାର ରୂପା ଅଳଙ୍କାର ଓ ଟଙ୍କା ଥିବା ବ୍ଯାଗ ଝାମ୍ପି ଚମ୍ପଟ ମାରିଛି ଲୁଟେରା ।
ସୂଚନାନୁୟାୟୀ, ଫୁଲବାଣୀ କୋର୍ଟ ଛକରୁ ରୂପା ବ୍ଯବସାୟୀ ପଞ୍ଚାନନ ସାହୁ ହାତରେ ଥିବା ବ୍ଯାଗ ଝାମ୍ପି ନେଇଛନ୍ତି କିଛି ଦୂର୍ବୃତ୍ତ । ବ୍ଯାଗରେ ଆଠ କିଲୋଗ୍ରାମ ରୂପା ଅଳଙ୍କାର ଓ ପଚାଶ ହଜାର ଟଙ୍କା ଥିବା ଜଣାପଡିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ଶୁକ୍ରବାର ରାତିରେ ପିଅନ ପଡା ଛକରୁ ଲୁଟେରା ଜଣେ ବୃଦ୍ଧଙ୍କ ଠାରୁ ନବେ ହଜାର ଟଙ୍କା ଲୁଟ କରିଥିଲେ । ବୁଧବାର ଦାରିଙ୍ଗବାଡି ଛକରୁ ତିନି ଲକ୍ଷ ଟଙ୍କା ଜଣେ ନିର୍ବାହୀ ଅଧିକାରୀଙ୍କ ଠାରୁ ଲୁଟ କରିଥିଲେ । ତେବେ ଏବେ ଜିଲ୍ଲାରେ ଏକ ଭୟର ବାତାବରଣ ଖେଳିଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ