ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଛୁଇଁଲା କୋରୋନା । ସୋମବାର ଦୁଇଟି କୋରୋନା ପଜିଟିଭି ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଆକ୍ରାନ୍ତ ତାମିଲନାଡୁ ଚେନ୍ନାଇ ଫେରନ୍ତା ଏବଂ ଫିରିଙ୍ଗିଆ ବ୍ଲକର ରତଙ୍ଗ ଠାରେ ଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ଥିଲେ । ଆକ୍ରାନ୍ତଙ୍କୁ ଭୁବନେଶ୍ବର କିମ୍ସ କୋଭିଡ ହସ୍ପିଟାଲକୁ ନିଆଯାଇଛି ।
ଉଭୟ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ରତଙ୍ଗରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା ଏବଂ ପୋଲିସ ମୁତୟନ ହୋଇଛନ୍ତି । ଏତେ ଦିନ ପରେ ଜିଲ୍ଲାରେ କୋରୋନା ରୋଗୀ ବାହାରିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ