ETV Bharat / state

ଏମିତି ସନ୍ତାନ କାହାକୁ ନମିଳୁ ! ବାପା ମୃତ୍ୟୁ ପରେ ଚିହ୍ନିଲେନି ପୁଅ ଝିଅ, ଟିମ ହ୍ୟୁମାନିଟି କଲା ଅନ୍ତିମ ସଂସ୍କାର

author img

By

Published : Jan 16, 2023, 7:50 AM IST

ବଞ୍ଚିଥିଲା ପଚାରିଲେନି । ମୃତ୍ୟୁ ପରେ ବି ପରିବାର ଲୋକେ ପାଖକୁ ଗଲେନି । ୯୦ ବର୍ଷର ବୃଦ୍ଧଙ୍କ ମୃତ୍ୟୁ ପରେ ବି ମୃତଦେହକୁ ଛୁଇଁଲେନି ପରିବାର ଲୋକ । କେଉଁଠି ଘଟିଛି ଏମିତି ହୃଦୟ ବିଦାରକ ଘଟଣା । ଅଧିକ ପଢ଼ନ୍ତୁ

family members abstain
ମୃତ୍ୟୁ ପରେ ବି ପରିବାର ଲୋକେ ପାଖକୁ ଗଲେନି
ମୃତ୍ୟୁ ପରେ ବି ପରିବାର ଲୋକେ ପାଖକୁ ଗଲେନି

ଫୁଲବାଣୀ: ବଞ୍ଚିଥିଲା ବେଳେ କେହି ପଚାରିଲେନି । ଆଉ ଆଜି ବାପର ମୃତ୍ୟୁ ହୋଇଗଲା । ତଥାପି ପରିବାର ଲୋକେ ମୃତକଙ୍କୁ ଛୁଇଁଲେନି କି ଦେଖିଲେନି । ପାଖରେ ଥିଲେ ପୁଅ ଝିଅ । ହେଲେ ବାପର ମୃତ୍ୟୁ ହୋଇଥିବା ଜାଣି ମଧ୍ୟ ପାଖକୁ ଗଲେନି । ଶେଷରେ ଟିମ୍ ହ୍ୟୁମାନିଟ ସଂସ୍ଥା ୯୦ ବର୍ଷର ବୃଦ୍ଧଙ୍କୁ ମୃତ ଅବସ୍ଥାରେ ରାସ୍ତାକଡ଼ରୁ ଉଦ୍ଧାର କରି ସତ୍କାର କରିଥିଲା । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ କେରେଡ଼ି ଗାଁରେ ।

ଦୀର୍ଘ ୨୫ ବର୍ଷ ଧରି କେରେଡ଼ି ଗ୍ରାମର ବୃଦ୍ଧ ନିମାଇଁ ଚରଣ ସାହୁଙ୍କୁ ତାଙ୍କ ପୁଅ, ଝିଅମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଖାଇବାକୁ ନଦେଇ ଘରୁ ବାହାର କରିଦେଇଥିଲେ । ବୃଦ୍ଧ ନିମାଇଁ ଦୀର୍ଘ ୨୫ ବର୍ଷ ଧରି କେରେଡ଼ି ପଞ୍ଚାୟତ ବିଶ୍ରାମାଗାରରେ ରହୁଥିଲେ । ୯୦ ବର୍ଷର ବୃଦ୍ଧ ନିମାଇଁଚରଣ ଗତ ଶନିବାର ରାସ୍ତାରେ ଯାଉଥିବା ବେଳେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ପରିବାରର ପୁଅ, ଝିଅ ଜାଣି ମଧ୍ୟ କେହି ଆସିଲେ ନାହିଁ । ମୃତ ନିମାଇଁଚରଣଙ୍କୁ ୨୫ ବର୍ଷ ହେଲାଣି ପୁଅ, ବୋହୁ ଓ ଝିଅ ନିର୍ଯାତନା ଦେଉଥିଲେ । ଏପରିକି ନିମାଇଁଙ୍କୁ ଘରୁ ତଡି ଦେଇଥିଲେ । ବୃଦ୍ଧ ନିମାଇଁ କେଉଁ ଆଡେ ନଯାଇ ନିଜ ଗାଁ କେରେଡି ଠାରେ ଥିବା ଏକ ବିଶ୍ରାମ ଗୃହରେ ଶୀତ ଖରା ବର୍ଷା ସହି ପଡିରହିଥିଲେ । ସରକାରଙ୍କ ପକ୍ଷରୁ ବୃଦ୍ଧ ନିମାଇଁ ଚରଣ ସାହୁଙ୍କୁ ଭତ୍ତା ଓ ଚାଉଳ ମିଳୁଥିଲା ।

ସେତିକିରେ ବୃଦ୍ଧ ନିମାଇଁ ଚରଣ ସାହୁ ଚଳି ଆସୁଥିଲେ । ସେଠିକାର ବ୍ୟବସାୟୀ ଓ ଗ୍ରାମବାସୀ ଯାହା ଖାଇବାକୁ ଦେଉଥିଲେ ସେ ସେତିକିରେ ଚଳି ଆସୁଥିଲେ । ଅସହ୍ୟ ଶୀତକୁ ସହ୍ୟ ନକରିପାରି ଶୌଚ କରିବାକୁ ଯାଇଥିବା ସମୟରେ ତଳେ ପଡି ପ୍ରାଣ ବାୟୁ ଉଡିଯାଇଥିବା ଚର୍ଚ୍ଚା ହେଉଛି । ତେବେ ଦୀର୍ଘ ସମୟ ଧରି ମୃତଦେହ ରାସ୍ତା କଡ଼ରେ ପଡିଥିଲେ ହେଁ ପରିବାର ଲୋକ କିଏ ନଆସିବାରୁ ସେଠିକାର ଲୋକମାନେ ଫୁଲବାଣୀ ସଦର ଥାନାକୁ ଜଣାଇଥିଲେ ।

ଖବରପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବାରମ୍ବାର ଖବର ଦେଇଥିଲେ । ତଥାପି ପୁଅ ଓ ଝିଅ ନ ଆସିବାରୁ ଫୁଲବାଣୀ ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛନ୍ତି ଥାନ ଅଧିକାରୀ ସମୀର କୁମାର ରାଉତ । ଏନେଇ ପରିବାର ଲୋକଙ୍କୁ ପଚାରିବାରୁ ସେମାନେ ବୃଦ୍ଧା ବ୍ୟକ୍ତିଙ୍କୁ ଚିହ୍ନିନାହାଁନ୍ତି ବୋଲି କହିଥିଲେ । ପରେ ସଦର ଥାନା ଅଧିକାରୀ ଏବଂ ଗ୍ରାମବାସୀ ଟିମ୍ ହ୍ୟୁମାନିଟିଙ୍କୁ ସହଯୋଗ ମାଗିଥିଲେ । ଟିମ୍ ହ୍ୟୁମାନିଟି ସଦସ୍ୟମାନେ ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ଶ୍ମଶାନକୁ ନେଇ ରୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.