ETV Bharat / state

ଡାଇରିଆ ଆତଙ୍କ, ୨୦ରୁ ଅଧିକ ଆକ୍ରାନ୍ତ - ୨୦ରୁ ଅଧିକ ଅକ୍ରାନ୍ତ

ବର୍ଷା ପରେ ଡାଇରିଆ ଆତଙ୍କ । ୨୦ଜଣ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି । ଗାଁରେ କୋକୁଆ ଭୟ । ଅଧିକ ପଢ଼ନ୍ତୁ

ଡାଇରିଆ ଆତଙ୍କ, ୨୦ରୁ ଅଧିକ ଆକ୍ରାନ୍ତ
ଡାଇରିଆ ଆତଙ୍କ, ୨୦ରୁ ଅଧିକ ଆକ୍ରାନ୍ତ
author img

By

Published : Jul 5, 2022, 9:27 PM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଶ୍ରୀପଲା ଗାଁରେ ଡାଇରିଆ ଆତଙ୍କ ଦେଖା ଦେଇଛି । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୬ଜଣ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତକାଲି ରାତି ସମୟରେ ଶ୍ରୀପଲା ଗ୍ରାମ ହରିଜନ ସାହିର ଜଣେ ବ୍ୟକ୍ତି ଆକ୍ରାନ୍ତ ହେବାପରେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ପରେ ଆଜି ସକାଳ ଠାରୁ ଗାଁର ୬ରୁ ଅଧିକ ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗାଁରେ ୨୦ରୁ ଅଧିକ ଲୋକଙ୍କୁ ଡାଇରିଆ ହୋଇଥିବା ବେଳେ ଗ୍ରାମବାସୀ ଚିନ୍ତାରେ ଅଛନ୍ତି । ବର୍ଷା ଲଗାତାର ୨ରୁ ୩ଦିନ ଧରି ଲାଗି ରହିଥିବା ବେଳେ ନାଳର ଗୋଳିଆ ପାଣି ପିଇବା ଯୋଗୁଁ ଏପରି ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ନଳକୂପ ପାଣି ମଧ୍ୟ ଗୋଳିଆ ବାହାରୁ ଥିବାରୁ ତାହା ମଧ୍ୟ ହୋଇଥାଇପାରେ ବୋଲି ଗ୍ରାମବାସୀ କହିଛନ୍ତି ।

ଗାଁରେ ପିଇବା ପାଇଁ ବିଶୁଦ୍ଧ ପାଣି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଅପରିସ୍କାର ପାଣି ଦୈନିକ ବ୍ୟବହାର କରୁଥିବା କହିଛନ୍ତି । ଫିରିଙ୍ଗିଆ ମେଡିକାଲ ତରଫରୁ ଏକ ଟିମ ଶ୍ରୀପଲା ଗାଁକୁ ପଠାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଫିରିଙ୍ଗିଆ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ନିଜେ ପରିସ୍ଥିତିର ଅନୁଧ୍ୟାନ କରୁଥିବା କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.