ETV Bharat / state

କନ୍ଧମାଳରେ ପୋଲିସ ଡିଜି, 2 ନକ୍ସଲ ନିପାତ ପରେ ସମୀକ୍ଷା ବୈଠକ - abhaya

କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ । ଗୁରୁବାର ନକ୍ସଲ ଅପରେସନରେ ସଫଳ ହୋଇଥିବା ପୋଲିସକୁ ବଧାଇ ଜଣାଇବା ସହ ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି ଅଭୟ । ଅଧିକ ପଢନ୍ତୁ..

କନ୍ଧମାଳରେ ପୋଲିସ ଡିଜିପି, ନକ୍ସଲ ନିପାତ ନେଇ ଉଚ୍ଚସ୍ତରୀୟ ବୈଠକ

author img

By

Published : Jul 24, 2020, 3:36 PM IST

ଫୁଲବାଣୀ: ରାଜ୍ୟର ସମସ୍ତ ଟପ ପୋଲିସ ଅଧିକାରୀ ଫୁଲବାଣୀରେ । ଗୁରୁବାର ନକ୍ସଲ ନିପାତ ପରେ ଆଣ୍ଟି ନକ୍ସଲ ଅପରେସନର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୋଲିସକୁ ପ୍ରଶଂସା କରିଛନ୍ତି । ପୁଣିଥରେ ଆତ୍ମସମର୍ପଣ କରିବାକୁ ନକ୍ସଲଙ୍କୁ ଆହ୍ୱାନ କରିଛନ୍ତି ଡିଜିପି ।

କନ୍ଧମାଳରେ ପୋଲିସ ଡିଜି, 2 ନକ୍ସଲ ନିପାତ ପରେ ସମୀକ୍ଷା ବୈଠକ

ସେହିପରି ପୋଲିସ ଡ଼ିଜିପି ଫୁଲବାଣୀରେ ପହଁଚି ପୋଲିସ ବାହିନୀକୁ ବଧାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଓଡ଼ିଶା ପୋଲିସକୁ ସଫଳତା ପାଇଁ ପ୍ରଶଂସା କରିଥିବା କହିଥିଲେ ଡିଜିପି । ବୈଠକରେ ଗୁଇନ୍ଦା ନିର୍ଦେଶକ ରାଧାକାନ୍ତ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଡ଼ିଆଇଜି ଏସ ଆଇ ଡବ୍ଲୁ ଅନିରୁଦ୍ଧ ସିଂ, ଡ଼ିଆଇଜି ଗୋଇନ୍ଦା ଅନୁପ କୁମାର ସାହୁ, ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ଏସପି ଭିନିତ ଅଗ୍ରୱାଲ ଯୋଗଦେଇଥିଲେ ।

ସେପଟେ 2019ରେ 13 ଜଣ ଏବଂ 2020 ଏବେ ସୁଦ୍ଧା 19 ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ସରକାର ଭଲ ପଦକ୍ଷେପ ନେଉଛନ୍ତି ତେଣୁ ନକ୍ସଲ ମାନେ ଆତ୍ମସମର୍ପଣ କରନ୍ତୁ ବୋଲି କହିଛନ୍ତି ଡିଜିପି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.