ETV Bharat / state

ଲୋକ କଳାକାର ସମାବେଶ ଅନୁଷ୍ଠିତ, ଯୋଗ ଦେଲେ ଅନେକ ପ୍ରତିଭା - kandhamal Folk artists

କନ୍ଧମାଳ ଜିଲ୍ଲା ପାବୁରିଆ ସାରଡମାହା ଗ୍ରାମରେ ଲୋକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ଜିଲ୍ଲାର କୋଣ ଅନୁକୋଣରୁ ବହୁ କଳା ସଙ୍ଗଠନର କଳାକାର ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଲୋକ କଳାକାର ସମାବେଶ ଅନୁଷ୍ଠିତ, ଯୋଗ ଦେଲେ ଅନେକ ପ୍ରତିଭା

author img

By

Published : Jan 27, 2021, 5:25 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାବୁରିଆ ସାରଡମାହା ଗ୍ରାମରେ ସାଂସ୍କୃତିକ କଳା ପରିଷଦ, ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ ଓ କ୍ରାଉନ୍ସ ଇଣ୍ଡିଆ ପକ୍ଷରୁ ଲୋକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ଦକ୍ଷିଣ ଓଡିଶାର କୋଣ ଅନୁକୋଣରୁ ବହୁ କଳା ସଙ୍ଗଠନର କଳାକାର ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅତିଥିମାନଙ୍କ ପକ୍ଷରୁ ସେମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଛି ।

ଲୋକ କଳାକାର ସମାବେଶ ଅନୁଷ୍ଠିତ, ଯୋଗ ଦେଲେ ଅନେକ ପ୍ରତିଭା

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମମତା ମଞ୍ଜରୀ ପ୍ରଧାନ, ସଂସ୍କୃତିକ କଳା ପରିଷଦର ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା, ନାଟ୍ୟକାର ପ୍ରଫୁଲ୍ଲ ବେହେରା, ପାରମ୍ପରିକ ଲୋକ କଳାକାର ସଙ୍ଘର ଜିଲ୍ଲା ସଭାପତି ଅକ୍ଷୟ କର୍ଣ, କ୍ରାଉନ୍ସ ଇଣ୍ଡିଆ ଟ୍ରଷ୍ଟର ମୁଖ୍ୟ ବିଜୁ ପ୍ରଧାନ, ସୁପ୍ରିୟା ଡିଗାଲ, ବୀରନ୍ଦ୍ର କହଁର ଓ ବାରଟି ବ୍ଲକ କଳାସଂସ୍କୃତି ସଙ୍ଘର ଉପସଭାପତି ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

ମୁଖ୍ୟ ବକ୍ତାଭାବେ ଦକ୍ଷିଣ ଓଡିଶା ମଞ୍ଚକଳା ସଙ୍ଘର ମହାସଚିବ ସୁବାଷ ସାହୁ ଯୋଗ ଦେଇ କଳାକାରଙ୍କ ସମସ୍ୟା, ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଖୁଜରୀପଡା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସରୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.