ETV Bharat / state

କୋଭିଡ୍‌ ନିୟମ ନମାନି ବିବାହ ଅନୁଷ୍ଠିତ, ବର ପିତା ଥାନାରେ ଅଟକ

author img

By

Published : Sep 24, 2020, 12:03 PM IST

କନ୍ଧମାଳରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ପୁଅ ବାହାଘର କରିବା ପଡିଲା ମହଙ୍ଗା । ବର ପିତା ଥାନାରେ ଅଟକ । ଅଧିକ ପଢନ୍ତୁ...

କୋଭିଡ୍‌ ନିୟମ ନମାନି ବିବାହ ଅନୁଷ୍ଠିତ
କୋଭିଡ୍‌ ନିୟମ ନମାନି ବିବାହ ଅନୁଷ୍ଠିତ

ଫୁଲବାଣୀ: କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ପୁଅ ବାହାଘର କରିବା ପଡିଲା ମହଙ୍ଗା । ବର ପିତା ଥାନାରେ ଅଟକ । ମାଇକ୍‌ ସେଟ୍‌ ଜବତ କଲା ପୋଲିସ ।

କୋଭିଡ୍‌ ନିୟମ ନମାନି ବିବାହ ଅନୁଷ୍ଠିତ

ସୂଚନାଥାଉକି, ବୁଧବାର ସନ୍ଧ୍ୟାରେ ବାଲିଗୁଡା ଥାନା ତଗାକିଆ ଗ୍ରାମର ଏକ ବିବାହ ଅନୁଷ୍ଠିତ ହେଉଥିଲା । ଗାଁର ପରମେଶ୍ବର ମଲ୍ଲିକଙ୍କ ପୁଅ ନକୁଳ ମଲ୍ଲିକଙ୍କ ସହିତ ସାତାମାସ୍କା ଗାଁର ଲହଡା ମଲ୍ଲିକଙ୍କ ଝିଅ ପ୍ରୀତି ମଲ୍ଲିକଙ୍କ ବିବାହ ଅନୁଷ୍ଠିତ ହେଉଥିଲା । ତେବେ ଏହି ବିବାହରେ 200ରୁ ଅଧିକ ଲୋକ ସାମିଲ ଥିବାର ଖବର ପାଇ ପୋଲିସ ଚଢାଉ କରିଥିଲା ।

ଚଢାଉ ସମୟରେ ବିବାହରେ ବାଜୁଥିବା ମାଇକ ସେଟ୍‌କୁ ପୋଲିସ ଜବତ କରିବା ସହ ବର ପିତାଙ୍କୁ ଅଟକ ରଖିଛି । ଏହାସହ ବର ଓ ବର ପିତାଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.