ଫୁଲବାଣୀ: ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଜିଲ୍ଲା କୋର୍ଟ ଅଞ୍ଚଳରେ ଲାଗିଥିବା କଣ୍ଟେନମେଣ୍ଟ ଆଦେଶ ବଳବତ୍ତର ରହିଛି। ଅଗଷ୍ଟ 28 ତାରିଖରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।
ଫୁଲବାଣୀ କୋର୍ଟର ଜଣେ କର୍ମଚାରୀ କୋରୋନାରେ ମୃତ୍ୟୁ ହୋଇଥିଲା । ଏହାପରେ କୋର୍ଟର କିଛି କର୍ମଚାରୀଙ୍କ ପରିବାରରେ କୋରୋନା ଆକ୍ରାନ୍ତ ହେବାପରେ କୋର୍ଟ ବନ୍ଦ ପାଇଁ ଆଦେଶ ଜାରି ହୋଇଥିଲା। ସେହି ଦିନରୁ କୋର୍ଟ ଛକରେ ବ୍ୟାରିକେଡ କରାଯିବା ସହ ଜିଲ୍ଲା କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିଛି।
ଜିଲ୍ଲାର ଅନେକ ଅଞ୍ଚଳରେ କୋରୋନା କଟକଣା କୋହଳ କରାଯାଇଥିବା ବେଳେ କେତେକ ସ୍ଥାନରେ ସଂକ୍ରମଣ ଭୟରେ କଣ୍ଟେନମେଣ୍ଟ ଜାରି ରହିଛି। କୋରୋନା ଫଳରେ ଦୀର୍ଘ 5 ମାସ ଧରି ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ରହିଛି ଏବଂ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ତେବେ କେବେ ଖୋଲାଯିବ କୋର୍ଟ ଅଞ୍ଚଳରୁ କଣ୍ଟେନମେଣ୍ଟ ତାହାକୁ ଅପେକ୍ଷା କରିଛନ୍ତି ଆଇନଜୀବୀ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ