ETV Bharat / state

ଓଡିଶାରେ ତାମିଲ ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି: ଶରତ ପଟ୍ଟନାୟକ - ଶରତ ପଟ୍ଟନାୟକ

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡା ଠାରେ ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଅଛି l ଆୟୋଜିତ ଜନ ଜାଗରଣ ସଭାରେ ଯୋଗଦେଲେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

congress janajagaran sabha
କଂଗ୍ରେସର ଜନ ଜାଗରଣ ସଭା
author img

By ETV Bharat Odisha Team

Published : Sep 3, 2023, 7:59 AM IST

କଂଗ୍ରେସର ଜନ ଜାଗରଣ ସଭା

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ବାଲିଗୁଡା ଠାରେ ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଅଛି l କଂଗ୍ରେସର ଏହି ଜନ ଜାଗରଣ ସଭାରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ l ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ବାଲିଗୁଡା ହନୁମାନ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ବାଲିଗୁଡା ସଭାଗୃହ ଠାରେ ପହଞ୍ଚିଥିଲା l

ସଭାଗୃହ ଠାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲାରେ କଂଗ୍ରେସର ସଂଗଠନକୁ ମଜବୁତ କରିବା ସହ ପୁଣି ଥରେ କ୍ଷମତାକୁ ଫେରିବାକୁ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ l ପିସିସି ସଭାପତିଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡି କଂଗ୍ରେସରେ ଶତାଧିକ ଲୋକ ସାମିଲ ହୋଇଛନ୍ତି l ଆଗାମୀ ଦିନରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କୁ କିଭଳି ହଟାଯାଇ କଂଗ୍ରେସ ପୁଣି କ୍ଷମତାକୁ ଆସି ପାରିବ ସେନେଇ ଆଲୋଚନା ହୋଇଥିଲା ।

ଏଥିସହ ରାଜ୍ୟରେ ଦେଖାଦେଇଥିବା ଭଷ୍ଟ୍ରାଚାର, ଦୁର୍ନୀତି, ଗୁଣ୍ଡାଗିରି ଶାସନକୁ ଲୋକେ ପ୍ରତ୍ୟାଖାନ କରିବାକୁ ମଞ୍ଚାସିନ ନେତାମାନେ ଗୁରୁମନ୍ତ୍ର ଦେଇଥିଲେ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ତାମିଲ ଶାସନ ଚାଲିଛି । ତାମିଲ ମାନଙ୍କୁ ସମସ୍ତ ପ୍ରକାରର ଠିକା କାମ ଦିଆଯାଉଛି । ଏଠି ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି ବୋଲି । ତେଣୁ ରାଜ୍ୟରେ ତାମିଲ ଶାସନ ଏବଂ ଶାସକଙ୍କ ପାଇଁ ସ୍ଥାନ ନାହିଁ । ଲୋକେ ଏହାକୁ ବରଦାସ୍ତ କରିପାରିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସର ସ୍ଥିତି ସମୀକ୍ଷା ପାଇଁ ପାଇକମାଲ ଗସ୍ତରେ ପିସିସି ସଭାପତି

କଂଗ୍ରେସର ଏହି ଜନ ଜାଗରଣ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜଟଣୀ ବିଧାୟକ ସୁର ରାଉତରାୟ, ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧକ୍ଷ୍ୟ ବିଜୟ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାବେଶରେ କନ୍ଧମାଳ ଜିଲ୍ଲାର ତିନି ଗୋଟି ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତାଓ କର୍ମୀ ଯୋଗ ଦେଇଥିଲେ l

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.