ETV Bharat / state

ସଂଯୁକ୍ତା ଦିଗାଲଙ୍କୁ ଶ୍ରଦ୍ଧାଞ୍ଜଳି - kandhnmal

ଡ୍ୟୁଟି ସମୟରେ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀ ସଂଯୁକ୍ତା ଦିଗାଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ଗ୍ରାମ ରୋଜଗାର ସଂଘ ପକ୍ଷରୁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 22, 2019, 10:26 PM IST

ଫୁଲବାଣୀ: ଡ୍ୟୁଟି ସମୟରେ ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀ ସଂଯୁକ୍ତା ଦିଗାଲଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ । ଗ୍ରାମ ରୋଜଗାର ସଂଘ ପକ୍ଷରୁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଜିଲ୍ଲାର ଜିଆରଏସ୍ କର୍ମକର୍ତ୍ତା ମାନେ । ପରେ ଜିଲାପାଳଙ୍କ ଅଫିସ ସାମ୍ନାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ.ବୃନ୍ଦା ଡି. ଏବଂ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ତେବେ ସଂଯୁକ୍ତାଙ୍କ ପରିବାରକୁ ତିରିଶ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହିତ ପରିବାରରୁ ଜଣକୁ ଚାକିରି ଦେବାକୁ ଏହି ଶୋଭାରେ ଦାବି କରାଯାଇଥିଲା । ଏହା ସହିତ ଜିଆରଏସ ମାନଙ୍କୁ ଇଏସଆଇ, ଇପିଏଫ୍ ପ୍ରଭୃତିରେ ସାମିଲ କରିବାକୁ ଦାବି କରିଥିଲେ ସଂଘ କର୍ମକର୍ତ୍ତା ।

ସୂଚନା ଯୋଗ୍ୟ, ଗତ 17 ତାରିଖ ଦିନ ଗୋଚ୍ଛାପଡା ଥାନା ବାରାହାଲା ବୁଥ୍ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରକ୍ଷା ପାଇଥିବା ପୋଲିଂ ଟିମ୍ ଉପରେ ଗୁଳିମାଡ କରିଥିଲେ ନକ୍ସଲ ମାନେ । ଏଥିରେ ସହକାରୀ ସେକ୍ଟର କର୍ମଚାରୀ ତଥା ଜିଆରଏସ ସଂଯୁକ୍ତଙ୍କର ମୃତ୍ୟୁ ଘଟିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.