ETV Bharat / state

ନାବାଳିକାକୁ ବିବାହ ଯୋଜନା ପଣ୍ଡ କଲା ଚାଇଲ୍ଡ ଲାଇନ

author img

By

Published : Nov 2, 2021, 1:29 PM IST

ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ଚାଇଲ୍ଡ ଲାଇନ । କନ୍ଧମାଳ ଜିଲ୍ଲା ରତଙ୍ଗ ଗ୍ରାମରେ ଜଣେ ୧୫ବର୍ଷୀୟା ନାବାଳିକାର ବିବାହ ବନ୍ଦ କରିଛି ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ...

ନାବାଳିକାକୁ ବିବାହ ଯୋଜନା , ପଣ୍ଡ କଲା ଚାଇଲ୍ଡ ଲାଇନ

କନ୍ଧମାଳ: ଚାଇଲ୍ଡ ଲାଇନକୁ ସଫଳତା । କନ୍ଧମାଳ ଜିଲ୍ଲା ରତଙ୍ଗ ଗ୍ରାମରେ ଜଣେ ୧୫ବର୍ଷୀୟା ନାବାଳିକାର ବିବାହ ବନ୍ଦ କରିଛି ଚାଇଲ୍ଡ ଲାଇନ । ଫିରିଙ୍ଗିଆ ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ହରପ୍ରିୟା ମେହେରଙ୍କ ନେତୃତ୍ବରେ ସୁପରଭାଇଜର ଚାଇଲ୍ଡଲାଇନ୍ ଟିମ୍ ଚଢାଉ କରିଥିବା । ନାବାଳିକାର ବିବାହ ଅଟକାଇବାରେ ସଫଳ ହୋଇଛି ଟିମ ।

ସୂଚନାଅନୁସାରେ ୧୫ବର୍ଷୀୟା ନାବାଳିକାର ଗ୍ରାମ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଯେଶପଙ୍ଗାରେ । ତାର ବିବାହ ସ୍ଥିର ହୋଇଥିବା ଯୁବକର ନାମ ରାଜା ମାଝୀ । ସେ ରତଙ୍ଗ ଗ୍ରାମର। ରାଜା ମାଝି ନାବାଳିକାକୁ ପ୍ରେମ ଜାଲରେ ଫସେଇ ନିଜ ଘରକୁ ଉଠାଇ ଆଣି ବିବାହ କରବା ପାଇଁ ଯୋଜନା କରିଥିଲା । ଏହି ସୂଚନା କୌଣସି ପ୍ରକାରେ ଚାଇଲ୍ଡଲାଇନ ବାଲ୍ୟବିବାହ ନିଷେଧ ଅଧିକାରିଣୀଙ୍କ ପାଖରେ ପହଞ୍ଚିଥିଲା ।

ପ୍ରଶାସନର ମିଳିତ ଟିମ୍ ଯୁବକର ପରିବାରରେ ପହଞ୍ଚି ଏହାକୁ ବେଆଇନ ଘୋଷଣା କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ । ଯୁବକ ଓ ତାର ପିତାମାତାଙ୍କୁ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରଥିଲେ। ଏହାପରେ ଯୁବକ ଓ ତାର ବାପାମାଆଙ୍କ ସହମତିରେ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାକୁ ଆଧାରକରି ସିଏମ୍ ପିଓଙ୍କ ତରଫରୁ ଫିରିଙ୍ଗିଆ ଥାନାରେ ଡାଏରୀ କରାଯାଇଥିଲା । ନାବାଳିକାକୁ ଅଧ୍ୟକ୍ଷ ଜିଲ୍ଲା ଶିଶୁମଙ୍ଗଳକୁ ନିଆଯାଇଥିଲା । ଅଧ୍ୟକ୍ଷ ଜିଲ୍ଲା ଶିଶୁମଙ୍ଗଳ କମିଟିର ଆଦେଶ ଅନୁସାରେ ଅସ୍ଥାୟୀ ଭାବେ ବାଲିଗୁଡାସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.