ETV Bharat / state

ହର୍ବାଲ ହଳଦୀରେ ହୋଲି ଖେଳିଲା କନ୍ଧମାଳ - ହଳଦୀରେ ହୋଲି

କନ୍ଧମାଳରେ ହର୍ବାଲ ହଳଦୀରେ ହୋଲି ପାଳିତ । କନ୍ଧମାଳ ଜିଲ୍ଲାରେ କୋରୋନା ଆତଙ୍କରେ ଫିକା ପଡିଥିଲା ହୋଲି ।

celebrating-herbal-holi
ହର୍ବାଲ ହଳଦୀରେ ହୋଲି ପାଳିତ
author img

By

Published : Mar 10, 2020, 11:16 PM IST

Updated : Mar 10, 2020, 11:26 PM IST

ଫୁଲବାଣୀ: ଜିଲ୍ଲାରେ ଆଜି ଆନନ୍ଦ ଓ ଉତ୍ସାହର ସହିତ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି । ତେବେ କୋରୋନା ଭୟ ହେତୁ ଲୋକେ ଅନେକ ସ୍ଥାନରେ ହଳଦୀରେ ହିଁ ଖେଳିଛନ୍ତି ହୋଲି ।

କନ୍ଧମାଳରେ ହର୍ବାଲ ହଳଦୀରେ ହୋଲି ପାଳିତ

କନ୍ଧମାଳର ଶୁଦ୍ଧ ହର୍ବାଲ ଜୈବିକ ହଳଦୀରେ ଫୁଲବାଣୀର କେତେକ ସ୍ଥାନରେ ହୋଲି ଖେଳିଛନ୍ତି ଲୋକେ । କନ୍ଧମାଳ ଜିଲ୍ଲାରେ ଚାଷ ହେଉଥିବା ହଳଦୀ ସଂପୂର୍ଣ୍ଣ ଜୈବିକ ଓ ଶୁଦ୍ଧ । ଏହା ତ୍ବଚା ପାଇଁ ଉପକାରୀ ଔଷଧୀୟ ଗୁଣ ଯୁକ୍ତ ହୋଇ ଥିବାରୁ ଲୋକେ ଖେଳିଛନ୍ତି । ଏହା ସହିତ ଅବିର ମଧ୍ୟ ଖେଳିଛନ୍ତି । ତେବେ କୋରୋନା ଆତଙ୍କ ଯୋଗୁଁ ହ୍ରାସ ପାଇଥିଲା ହୋଲି ଉତ୍ସାହ ।

ହଷ୍ଟେଲ, ବାଳାଶ୍ରମ ପ୍ରଭୃତିରେ ସଂପୂର୍ଣ୍ଣ ବନ୍ଦ ହୋଇଥିଲା ହୋଲି ଉତ୍ସବ । କୋରୋନା ଆତଙ୍କରେ ଫିକା ପଡିଥିବା ହୋଲିକୁ ଶୁଦ୍ଧ ଔଷଧୀୟ ହଳଦୀ ଓ ଅବିର କିଛି ମାତ୍ରାରେ ରଙ୍ଗୀନ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 10, 2020, 11:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.