ETV Bharat / state

କାର-ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ମୃତ ଜଣେ ଆହାତ

ସଦର ଥାନା ଅନ୍ତର୍ଗତ ବରପଦା ନିକଟ ବୁଲାଣିରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ...

two people died in Kandhamala
କାର-ବାଇକ ମୁହାଁ ମୁହିଁ ଧକ୍କା
author img

By

Published : May 30, 2020, 7:23 PM IST

ଫୁଲବାଣୀ: ବାଇକ କାର ମୁହାଁ ମୁହିଁ ଧକ୍କା ଦୁଇ ମୃତ ଜଣେ ଗୁରୁତର । ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରପଦା ନିକଟ ବୁଲାଣିରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏଥିରେ ବାଇକ ଚାଳକ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଲାଞ୍ଜିଗଡ଼ ବେଦାନ୍ତର ଉଚ୍ଚ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହାତଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

କାର-ବାଇକ ମୁହାଁ ମୁହିଁ ଧକ୍କା

ସୂଚନା ମୁତାବକ ଫୁଲବାଣୀରୁ ନିଜ ଗାଁ ଗୋଛାପଡା ଥାନାର ପଲାବୃଡି ଅଲିମାଡା ଗାଁକୁ ଦୁଇ ଭାଇ ବାଇକ ଯୋଗେ ଫେରୁଥିବା ବେଳେ ବରପଦା ଗାଁ ନିକଟ ବୁଲାଣିରେ ଏହି ଦୁର୍ଘଟଣା ହୋଇଥିଲା । ଏଥିରେ ମୃତ୍ୟୁ ଘଟିଥିବା ଦୁଇ ଭାଇ ହେଲେ ପ୍ରଦୀପ ବଘାର ଓ ନରେଶ ବଘାର। ସେହିଭଳି କାର ଚଳାଉଥିବା ବେଦାନ୍ତର ଏଜିଏମ ଜିତେନ୍ଦ୍ର କୁମାର ପାତ୍ର ଏଥିରେ ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯିବା ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଉଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମେଡିକାଲରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.